ତୁର୍କୀରେ ଭୟଙ୍କର ବିମାନ ଦୁର୍ଘଟଣା, ଲିବ୍ୟା ସେନାମୁଖ୍ୟଙ୍କ ସହ ୮ ମୃତ

NEWS7
china-orders-halt-to-boeing-jet-deliveries-from-usa

ନୂଆଦିଲ୍ଲୀ, ୨୪/୧୨: ତୁର୍କୀରେ ଭୟଙ୍କର ବିମାନ ଦୁର୍ଘଟଣା । ପ୍ରାଣ ହରାଇଲେ ଲିବ୍ୟାର ସେନାମୁଖ୍ୟ । ଏହାସହ ଅନ୍ୟ ୭ ଜଣ ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମଙ୍ଗଳବାର ତୁର୍କୀର ରାଜଧାନୀ ଅଙ୍କାରାରୁ ଉଡାଣ ଭରିବା ପରେ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି ।

ଲିବ୍ୟା ଅଧିକାରୀଙ୍କ କହିବାନୁସାରେ, ତୁର୍କୀକୁ ଏକ ଉଚ୍ଚ ସ୍ତରୀୟ ପ୍ରତିରକ୍ଷା ଆଲୋଚନା ପାଇଁ ସେନା ମୁଖ୍ୟଙ୍କ ସହ ଅନ୍ୟ କିଛି ଅଧିକାରୀ ଆସିଥିଲେ । ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗିତା ବୃଦ୍ଧି କରିବା ଏହି ଟିମ୍ ର ଲକ୍ଷ୍ୟ ଥିଲା । ଦେଶର ପ୍ରଧାନ ମନ୍ତ୍ରୀ ଅବ୍ଦୁଲ ହମିଦ୍ ବେଇବାହ କହିଛନ୍ତି ଯେ, ଦୁର୍ଘଟଣା ଖୁବ୍ ଦୁର୍ଭାଗ୍ୟପୂର୍ଣ୍ଣ । କମିଟି ଲିବ୍ୟା ଫେରିବା ବେଳେ ଦୁର୍ଘଟଣାର ସାମ୍ନା କରିଥିଲା । ସେନାମୁଖ୍ୟ ଜେନେରାଲ ମହମ୍ମଦ ଅଲ୍ଲୀ ଅହମ୍ମଦ ଅଲ୍ ହଦାଦଙ୍କ ମୃତ୍ୟୁ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି ।

ଅଲ୍ ହଦାଦ ଓ୍ୱେଷ୍ଟର୍ଣ୍ଣ ଲିବ୍ୟାର ମୁଖ୍ୟ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ । ୟୁଏନ ସହ ରାଜିନାମାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରାଣ ହରାଇଥିବା ଅନ୍ୟ ୪ ଅଧିକାରୀ ହେଲେ ଜେନେରାଲ ଅଲ୍ ଫିତୋରି, ବ୍ରିଗେଡିୟର ମହମ୍ମଦ ଅଲ୍ କ୍ୱାତାଇ, ମହମ୍ମଦ ଅଲ୍ ଆଶାଓ୍ୱି ଦିଆବ୍ ଏବଂ ମହମ୍ମଦ ଓମାର ଅହମ୍ମଦ ମାହଜୋବ । ତେବେ ପ୍ରାଣ ହରାଇଥିବା ତିନି ବିମାନ କର୍ମଚାରୀଙ୍କ ପରିଚୟ ମିଳିପାରିନାହିଁ ।

ତୁର୍କୀ ଅଧିକାରୀଙ୍କ କହିବାନୁସାରେ, ଫାଲକନ୍ ୫୦ ବିଜନେସ୍ ଜେଟ୍ ଅଙ୍କାରାରୁ ୭୦ କିମି ଦୂରରେ ଦୁର୍ଘଟଣାର ସାମ୍ନା କରିଥିଲ ହଠାତ ଆକାଶରେ ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଏହା ଖସି ପଡିଥିଲା । ଉଡାଣ ଭରିବାର ମାତ୍ର  ମିନିଟରେ ଏହା ଦୁର୍ଘଟଣାର ସାମ୍ନା କରିଥିବା ଜଣାପଡିଛି ।