ଗ୍ରହାଣୁ ନମୂନା ସଂଗ୍ରହ ପାଇଁ ମହାକାଶ ମିଶନ ଲଞ୍ଚ୍ କଲା ଚୀନ, ୨୦୨୭ରେ ଫେରିବ ପୃଥିବୀ

Published By : Prameya-News7 Bureau | May 29, 2025 IST

ନୂଆଦିଲ୍ଲୀ: ଆଷ୍ଟ୍ରଏଡ୍‌ର ନମୂନା ସଂଗ୍ରହ ଓ ଅନୁସନ୍ଧାନ ପାଇଁ ଗୁରୁବାର ଚୀନ ତାର ପ୍ରଥମ ମହାକାଶ ମିଶନ ଲଞ୍ଚ୍ କରିଛି । ଚୀନର ସରକାରୀ ନ୍ୟୁଜ୍ ଏଜେନ୍ସି ଜିନହୁଆ ଏହି ସୂଚନା ଦେଇଛି । ଯଦି ଚୀନର ଏହି ମହାକାଶ ମିଶନ ସଫଳ ହୁଏ ତେବେ, ଫ୍ରିଷ୍ଟାଇନ୍ ଆଷ୍ଟ୍ରଏଡ୍ ଖଣ୍ଡ ପାଇବାରେ ଦୁନିଆର ତୃତୀୟ ଦେଶ ହେବ ।

ଏହି ମିଶନ୍ ଦକ୍ଷିଣ-ପଶ୍ଚିମ ସିଚୁଆନ୍ ପ୍ରଦେଶର ଜିଚାଙ୍ଗ୍ ପ୍ରକ୍ଷେପଣ ସ୍ଥଳରୁ ସ୍ଥାନୀୟ ସମୟ ରାତି ୧:୩୧ରେ ଲଞ୍ଚ୍ କରାଯାଇଥିଲା । ମାର୍ଚ୍ଚ-୩ବି ରକେଟରେ ତିଆନୱେନ୍-୨ ପ୍ରୋବକୁ ମହାକାଶକୁ ପଠାଯାଇଥିଲା । ଉତକ୍ଷେପଣର ୧୮ ମିନିଟ୍ ପରେ ତିଆନୱେନ୍-୨ ସ୍ପେସକ୍ରାଫ୍ଟ ଅଷ୍ଟ୍ରଏଡ୍ 2016HO3ର କକ୍ଷ ପଥରେ ପ୍ରବେଶ କରିଥିଲା ।

ନ୍ୟୁଜ୍ ଏଜେନ୍ସି ଜିନହୁଆ ଅନୁସାରେ, 'ମହାକାଶଯାନ ନିଜର ସୋଲାର୍ ପ୍ୟାନେଲକୁ ସହଜରେ ଖୋଲିବାରେ ସଫଳ ହୋଇଥିଲା । ପରେ ଚୀନର ମହାକାଶ ଏଜେନ୍ସି ମିଶନ ସଫଳ ହୋଇଥିବା ଘୋଷଣା କରିଛି ।' ତିଆନୱେନ୍-୨ ୨୦୨୬ ଜୁଲାଇରେ ଆଷ୍ଟ୍ରଏଡ୍ ନିକଟରେ ପହଞ୍ଚିବ । ସେଠାରେ ପହଞ୍ଚିବା ପରେ ପଥର ଖଣ୍ଡ ଥରି ୨୦୨୭ ନଭେମ୍ୱରରେ ପୃଥିବୀକୁ ଫେରିବ । ଅଷ୍ଟ୍ରଏଡ୍ 2016HO3କୁ ବୈଜ୍ଞାନିକମାନେ ୨୦୧୬ ମସିହାରେ ଆବିଷ୍କାର କରିଥିଲେ । ଏହି ଆଷ୍ଟ୍ରଏଡର ପରିଧି ୪୦-୧୦୦ ମିଟର ଏବଂ ପୃଥିବୀର ସବୁଠୁ ନିକଟରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.