LIVE TV

ସାପ କାମୁଡ଼ା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ବୃଦ୍ଧି ସମ୍ଭାବନା ; ମିଳୁଛି ୪ ଲକ୍ଷ, ୧୦ ଲକ୍ଷ ଟଙ୍କା ପାଇଁ ସୁପାରିସ

NEWS7
china-builds-vast-web-of-overseas-ports-can-it-turn-them-into-military-bases

ଭୁବନେଶ୍ବର ୧୯।୧୧: ସାପ କାମୁଡା ମୃତ୍ୟୁ ପାଇଁ ବଢ଼ିପାରେ କ୍ଷତିପୂରଣ ରାଶି । ପୂର୍ବରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ମିଳୁଥିବା ବେଳେ ଏହାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିପୂରଣ ରାଶି ସାରା ଭାରତ ବର୍ଷରେ ଲାଗୁ ହେବ । 
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କ୍ଷତିପୂରଣ ରାଶି ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ ସରକାର ସମୀକ୍ଷା କରୁଛନ୍ତି । ଏହି କ୍ଷତିପୂରଣ ରାଶି ବୃଦ୍ଧି ପାଇଁ ରାଜ୍ୟ ସରକାର ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିଶ କରିଥିଲେ । କ୍ଷତିପୂରଣ ରାଶି ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏବେ ରାସ୍ତା ଖୋଲିଲା ବୋଲି ମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ସାପ କାମୁଡ଼ା ଜନିତ ମୃତ୍ୟୁ ପାଇଁ ବର୍ତ୍ତମାନ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉଛି । ନିକଟରେ ଏକ ମାମଲାରେ ସୁପ୍ରିମକୋର୍ଟ ଏହି ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଂଶୋଧିତ କ୍ଷତିପୂରଣ ଢାଞ୍ଚା ଅନୁମୋଦନ ହେବା ପରେ ଏହା ସାରା ଦେଶରେ ଲାଗୁ ହେବ । ଆଣ୍ଟି-ଭେନମ୍ ସମେତ ସାପ କାମୁଡ଼ା ଚିକିତ୍ସା ସୁବିଧା ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ କରାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।