LIVE TV

ଦିଲ୍ଲୀ ବିସ୍ଫୋରଣ : କେଉଁଠୁ ଆସିଲା ୯ ଏମଏମ୍ ଗୁଳି ? NIA ପାଉନି ପିସ୍ତଲ

NEWS7
china-assures-help-to-pakistan-ambassador-says-always-with-pakistan-in-difficult-times

ନୂଆଦିଲ୍ଲୀ, ୧୬|୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ବାବଦରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ପ୍ରତିଦିନ ଏନଆଇଏ ହାତରେ ନୂଆ ନୂଆ ସୁରାକ ଲାଗୁଛି । ଏବେ ଏମିତି କିଛି ସୁରାକ ତଦନ୍ତକାରୀ ସଂସ୍ଥା ପାଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୁହାଯାଉଛି ଯେ, ବିସ୍ପୋରଣ ସ୍ଥାନରୁ ତିନୋଟି ୯ଏମଏମ୍ ଗୁଳି ମିଳିଥିଲା । ଏଥିରୁ ଦୁଇଟି ଅଫୁଟା ଗୁଳି ରହିଛି ।

ସବୁଠାରୁ ବଡ କଥା ହେଉଛି ଯେ ଗୁଳି ମିଳିଥିଲେ ମଧ୍ୟ ଘଟଣାସ୍ଥଳରୁ କୌଣସି ପିସ୍ତଲ କିମ୍ବା ବନ୍ଧୁକ ମିଲିନାହିଁ । ତେବେ ୯ ଏମଏମ ପିସ୍ତଲ ସାଧାରଣ ଲୋକଙ୍କୁ ଦିଆଯାଏ ନାହିଁ । ଏହା କେବଳ ସୁରକ୍ଷା କର୍ମୀ ଏବଂ ପୋଲିସ ବ୍ୟବହାର କରିଥାନ୍ତି । ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

୯ ଏମଏମ୍ ଗୁଳି ଜବତ ପରେ ପୋଲିସ ପକ୍ଷରୁ ଘଚଣାସ୍ଥଳରେ ଥିବା ସୁରକ୍ଷାକର୍ମୀଙ୍କ ପିସ୍ତଲ ଯାଞ୍ଚ୍ ହୋଇଥିଲା । କିନ୍ତୁ କାହାର ଗୁଳି ହଜିନଥିଲା । ଏସବୁ ଗୁଳି ବିସ୍ଫୋରଣ ଘଟିଥିବା କାରରୁ ପଡିଥିଲା ନା ଅନ୍ୟ କୌଣସି ଜାଗରୁ ଆସି ଏଠାରେ ପଡିଛି ସେ ବାବଦରେ ମଧ୍ୟ ତଦନ୍ତ ହେଉଛି ।

ସୂଚନାଯୋଗ୍ୟ ବିସ୍ଫୋରଣର କିଛି ସମୟ ମଧ୍ୟରେ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିଲା । ଭିଡିଓରେ ଲୋକେ ଆହତଙ୍କୁ ତୁରନ୍ତ ନେଇ ଯାଉଥିବା ଦେଖିବାକୁ ମିଳିଥିଲା । କିଛି ଆହତଙ୍କୁ ରାସ୍ତା ଉପରେ ରଖାଯାଇଥିଲା । ଅନ୍ୟ କିଛି କାରରେ ନିଆଁ ଲାଗିଥିବା ବେଳେ ଇ ରିକ୍ସା ସାହାଯ୍ୟରେ ଗୁରୁତରଙ୍କୁ ହସ୍ପିଟାଲକୁ ନିଆଯାଉଥିଲା ।