ବନ୍ଦର ନଗରୀରେ ଚାଲିଛି ସେକ୍ସ ରାକେଟ୍, ଚଢାଉ ଜୋରଦାର ପାଇଁ ଦାବି

NEWS7
chief-secretary-reviews-preparation-of-plus-2-examination

ପାରାଦୀପ ୦୪।୦୧ : ବନ୍ଦର ନଗରୀରେ ସେକ୍ସ ରାକେଟ୍ । ପାରାଦୀପ ଚାଲିଛି ସେକ୍ସ ରାକେଟ୍ । ରାଜ୍ୟ ବାହାରୁ ଭାୟା ଭୁବନେଶ୍ୱର ହୋଇ ଦେହଜୀବୀମାନେ ପାରାଦୀକୁ ଆସୁଛନ୍ତି। ଦଲାଲ୍ଙ୍କ ଜରିଆରେ ପାରାଦୀପର ବିଭିନ୍ନ ହୋଟେଲ୍କୁ ଯାଉଛନ୍ତି । ପୋଲିସ ପକ୍ଷରୁ ବ୍ୟାପକ ଚଢ଼ଉ ହେଉନଥିବାରୁ ଦେହ ବ୍ୟବସାୟ ହୋଟେଲ, ସ୍ପା ଓ ପାର୍ଲରରେ ବୃଦ୍ଧି ପାଉଛି । ଏଭଳି ଏକ ଖବର ଶନିବାର ପାରାଦୀପରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଖବର ଅନୁସାରେ, ଶନିବାର ଭୋରୁ ଭୁବନେଶ୍ୱରରୁ ଏକ ଟ୍ରାଭେଲ୍ ଗାଡ଼ି ପାରାଦୀପ ଆଦର୍ଶ ଥାନା ଛକରେ ପହଞ୍ଚି ଥିଲା । ସେହି ଗାଡିରୁ ଦୁଇ ଜଣ ଯୁବତୀ ବାହାରି ଚା’ ଓ ସିଗାରେଟ ପିଇଥିଲେ । କିଛି ସମୟ ପରେ ସେହି ଗାଡ଼ି ଏକ ହୋଟେଲ୍ରେ ପାର୍କିଂ କରିଥିଲା। କିଛି ସ୍ଥାନୀୟ ବୁଦ୍ଧିଜୀବୀ ସେମାନଙ୍କ ଅଙ୍ଗଭଙ୍ଗି, ଠାଣି, ଚାଲିଚଲଣକୁ କିଛି ବୁଦ୍ଧିଜୀବୀଙ୍କୁ ନାପସନ୍ଦ ଲାଗିବାରୁ ଏହାକୁ ଭିଡିଓ କରି ଛାଡ଼ିଛନ୍ତି । କିଛି ବୁଦ୍ଧିଜୀବୀ କହିଛନ୍ତି ଯେ, ଖୁଲମଖୁଲା ମଦ ବେପାର ଚାଲୁଥିବା ବେଳେ ବିୟୁଟି ପାର୍ଲର, ସ୍ପାରେ ଦେହ ବ୍ୟବସାୟ ଚାଲୁଛି । ଏଥିପ୍ରତି କାହାର ନଜର ନଥିବା କହିଛନ୍ତି । ଏସମ୍ପର୍କରେ ପୂର୍ବତନ କଲେଜ ଅଧ୍ୟକ୍ଷ ଡ. ସୁରେନ୍ଦ୍ର ମୋହନ ମିଶ୍ର କହିଛନ୍ତି ଏହା ଅର୍ଥ ଉପାର୍ଜନ ଓ କ୍ଷମତା କ୍ରୟକୁ ସହଜରେ ଉପଲବ୍ଧି କରିବାର ମାଧ୍ୟମ। ଏହାସମସ୍ତେ ଜାଣି ମଧ୍ୟ ନିରବ ରହୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏସମ୍ପର୍କରେ ଅଧିକ ଜାଣିବା ପାଇଁ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ମୃତିରଞ୍ଜନ କରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏଥିପ୍ରତି ତୀକ୍ଷ୍ମ ଦୃଷ୍ଟି ଦିଆଯିବା ସହ ପାଟ୍ରୋଲିଂକୁ କଡାକଡି କରାଯିବ ବୋଲି ଶ୍ରୀ କର କହିଛନ୍ତି।