କଟକ ୨୩।୮: ଏସସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ଗତ ୨୦ ତାରିଖରେ ପ୍ରିୟଙ୍କା ଏସସିବିର ସର୍ଜରୀ ବିଭାଗରେ ଏକ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ । ଗତ ୨୧ ତାରିଖରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଶନିବାର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ଏ ନେଇ ଏସସିବି ମେଡିକାଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମେଡିକାଲ କଲେଜ ଆସିଷ୍ଟାଣ୍ଟ ସୁପରିଣ୍ଟେଡେଣ୍ଟ ଡାକ୍ତର ଜ୍ୟୋତିର୍ମୟ ନାୟକ ସୂଚନା ଦେଇଛନ୍ତି ।
You Can Read: