କଳାହାଣ୍ଡି ୩୦।୦୯ : କଳାହାଣ୍ଡିର ଆରାଧ୍ୟ ଦେବୀ ମା ମାଣିକେଶ୍ବରୀଙ୍କ ଛତରଯାତ୍ରା ଆରମ୍ଭ l ଭବାନୀପାଟଣା ସହରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ l ଜେନାଖାଲ ଠାରେ ଗୁପ୍ତ ପୂଜା ପରେ ମାଣିକେଶ୍ବରୀ ମନ୍ଦିର ଅଭିମୁଖେ ବାହାରିଛନ୍ତି ମା l ୩ କିଲୋମିଟର ରାସ୍ତା ସହର ପରିକ୍ରମା କରି ମନ୍ଦିରରେ ପହଞ୍ଚିବେ ମା'

ତେବେ କଟକଣା ପରେ ବି ରକ୍ତରେ ଭିଜିଛି କଳାହାଣ୍ଡି ମାଟି। ଚାଲିଛି ରାଜରାସ୍ତାରେ ବଳି ଦେବା ପରମ୍ପରା। ନିଶା ରାତିରେ ପୂଜା ସହ ବଳି ପଡିବା ପରେ ବାହାରିଲା ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା। ଦିନ ତମାମ ସହର ପରିକ୍ରମା ପରେ ମାଁଙ୍କ ଛତର ମନ୍ଦିରରେ ପହଞ୍ଚିବ। ପ୍ରସିଦ୍ଧ ଛତର ଯାତ୍ରାକୁ ନେଇ ପୁରା କଳାହାଣ୍ଡି ଏବେ ଉତ୍ସବ ମୁଖର ହୋଇପଡିଛି ।