ଚୌକି ଛଡାଇ ନେବ ଏପଷ୍ଟିନ୍ ଫାଇଲ୍ସ ! ଇସ୍ତଫା ଦେଇପାରନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ

NEWS7
check-your-daily-horoscope-for-8-september-2023

ନୂଆଦିଲ୍ଲୀ, ୧୧|୦୨: ସାରା ବିଶ୍ୱରେ ଚହଳ ପକାଇଛି ଏପଷ୍ଟିନ୍ ଫାଇଲ୍ସ । ଯାହାକୁ ନେଇ ବିବାଦରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ପ୍ରଥମେ ଆମେରିକୀୟ ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ୍ ସହ ଜଡି଼ତ ସେକ୍ସ ସ୍କାଣ୍ଡାଲରେ ନାମ ସାମ୍ନାକୁ ଆସିବା ପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ସବୁଠୁ ବିଶ୍ୱସ୍ତ ସହଯୋଗୀ ତଥା ଡାଉନିଂ ଷ୍ଟ୍ରିଟ୍ର ଚିଫ୍ ଅଫ୍ ଷ୍ଟାଫ୍ ମାର୍ଗନ୍ ମ୍ୟାକସିନି ରବିବାର ଇସ୍ତଫା ଦେଇଥିଲେ । ତାଙ୍କ ବିରୋଧରେ ଏପଷ୍ଟିନର ସମର୍ଥନ କରିଥିବା ପିଟର ମଣ୍ଡେଲସନଙ୍କୁ ଆମେରିକାରେ ବ୍ରିଟେନର ରାଷ୍ଟ୍ରଦୂତ କରି ପଠାଇଥିବା ଅଭିଯୋଗ ରହିଛି । ଏହାପରେ ଏବେ ସେହି ବିବାଦ ଲାଗି ଷ୍ଟାର୍ମରଙ୍କ ଚୌକି ବିପଦରେ ଥିବା ଚର୍ଚ୍ଚା କରାଯାଉଛି ।

ତାଙ୍କ ନିଜ ଦଳ ଲେବର ପାର୍ଟିର ଏକ ଗୋଷ୍ଠୀ ଷ୍ଟାର୍ମରଙ୍କ ଇସ୍ତଫା ଦାବି କରୁଛନ୍ତି । ଅବଶ୍ୟ ତମାମ ବିରୋଧ ସତ୍ତେ୍ୱ ସେ ଏବେ ପଦ ଛାଡ଼ିବାକୁ ମନା କରିଛନ୍ତି । ସୋମବାର ଷ୍ଟାର୍ମର କହିଥିଲେ ଯେ, ସରକାର ଚଳାଇବାର ସଂକଳ୍ପ ସାର୍ବଜନିକ କର୍ତ୍ତବ୍ୟ ସହ ବାନ୍ଧି ହୋଇଛି । ତେଣୁ ବିବାଦ ମଧ୍ୟରେ ବି ସେ ଦେଶକୁ ବଦଳାଇବାର କାର୍ଯ୍ୟ ଜାରି ରଖିବେ । ସେହିପରି ପିଟର ମଣ୍ଡେଲସନଙ୍କ ନିଯୁକ୍ତି ନିଷ୍ପତ୍ତି ଭୁଲ୍ ଥିବା ସେ ଦର୍ଶାଇଥିଲେ । ଯଦି ଚାପବଶତଃ ଷ୍ଟାର୍ମର ଆଗକୁ ଇସ୍ତଫା ଦିଅନ୍ତି ତେବେ କାଶ୍ମୀର ବଂଶୋଦ୍ଭବ ଶବାନା ମହମୁଦ ତାଙ୍କ ସ୍ଥାନ ନେଇପାରନ୍ତି ବୋଲି ଚର୍ଚ୍ଚା କରାଯାଉଛି । ମହମୁଦ ଏବେ ବ୍ରିଟେନର ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।

ଅନେକ ନାଁ

ଏପଷ୍ଟାିନ ଫାଇଲ ଖୋଲିବା ସହିତ ବିଶ୍ୱର ବଡ଼ ବଡ଼ ଚମକୁଥିବା ଚେହେରାରେ ଯେମିତି କାଳି ବୋଳି ହେଇଯାଉଛି। ଯେଉଁମାନେ ଆଦର୍ଶର କଥା କହି ଜନତାଙ୍କ ବିଶ୍ୱାସ ଭାଜନ ହେଉଥିଲେ, ସେମାନଙ୍କ ଅପକର୍ମ ସାମ୍ନାକୁ ଆସିବା ପରେ ଜନତା ଏବେ ଘୃଣାରେ ନାକ ଟେକୁଛି। ତେବେ ଏପଷ୍ଟିନ ଫାଇଲରେ କିଛି ଏମିତି ଲୋକଙ୍କ ନାଁ ବି ରହିଛି, ଯେଉଁମାନଙ୍କ ବିଷୟରେ ସବିଶେଷ ତଥ୍ୟ ତ ନାହିଁ କିନ୍ତୁ ସେମାନଙ୍କ ନାଁ ଉଲ୍ଲେଖ ରହିଛି। ଯେହେତୁ ଏପଷ୍ଟିନଙ୍କର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦେଶର ପ୍ରତିଷ୍ଠିତ ଲୋକଙ୍କ ସହ ସମ୍ପର୍କ ଥିଲା, ତେଣୁ ତାଙ୍କୁ ଭେଟିବାକୁ ଅନ୍ୟ ଲୋକମାନେ ବି ଯାଉଥିଲେ ବୋଲି କୁହାଯାଉଛି। ଅନ୍ୟ କୌଣସି କାମରେ ଯାଇଥିଲେ ବି ସେମାନଙ୍କ ପାଇଁ ଏପଷ୍ଟିନ ଫାଇଲ୍ରେ ଉଲ୍ଲେଖ ରହିଛି। ଏଥିରେ କିଛି ବଲିଉଡ ଚେହେରାଙ୍କ ନାଁ ବି ରହିଛି।

ଆମେରିକାର ନ୍ୟାୟ ବିଭାଗ କୁଖ୍ୟାତ ମାନବଚାଲାଣକାରୀ ଓ ବ୍ୟାଭିଚାରୀ ଜେଫ୍ରି ଏପଷ୍ଟାଇନ ସହିତ ଜଡିତ ପାଞ୍ଚଟି ଭିନ୍ନ ଭିନ୍ନ ମାମଲାରେ ବହୁ ସଂଖ୍ୟକ ଇମେଲ୍, କୋର୍ଟ ଡକ୍ୟୁମେଣ୍ଟ, ପୀଡିତଙ୍କ ସାକ୍ଷ୍ୟ, ଫଟୋ ଏବଂ ଭିଡିଓ ପ୍ରକାଶ କରିଛି। ଏଥିରେ ଭାରତର ଏକାଧିକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନାଁ ସାମ୍ନାକୁ ଆସିଛି। ଏପଷ୍ଟାଇନ୍ ଫାଇଲ୍ସରେ ଉଲ୍ଲେଖ କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦୀପକ ଚୋପ୍ରା (ୱେଲନେସ୍ ଗୁରୁ), ମୀରା ନାୟାର (ଫିଲ୍ମ ନିର୍ମାତା), ଅନୁରାଗ କଶ୍ୟପ (ନିର୍ଦ୍ଦେଶକ), ନନ୍ଦିତା ଦାସ (ଅଭିନେତା-ନିର୍ଦ୍ଦେଶକ), ଏବଂ ଅନିଲ ଅମ୍ବାନୀ (ବ୍ୟବସାୟୀ) ପ୍ରମୁଖ ଅଛନ୍ତି।

ବିଶ୍ୱର ବିଶିଷ୍ଟ ବ୍ୟକ୍ତି

ଏପଷ୍ଟିନ୍ ଫାଇଲ୍ସରେ ସାମିଲ ବିଶ୍ୱର ଅନେକ ବ୍ୟକ୍ତିଙ୍କ ମଧ୍ୟରେ ଟେସଲା ସିଇଓ ଏଲନ ମସ୍କ, ବିଲ ଗେଟସ, ଡୋନାଲ୍ଡ ଟ୍ରମ୍ପ, ଆଣ୍ଡ୍ର୍ୟୁ ମାଉଣ୍ଟବେଟେନ, ବ୍ୟବସାୟୀ ରିଚାର୍ଡ ବ୍ରାନସନ, ଲେଖିକା ସାରା ଫରଗ୍ୟୁସନ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ୟୁଏସ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଆଦି ରହିଛନ୍ତି ।