ଉଦଘାଟନର ଦୁଇ ଦିନ ଆଗରୁ ଭୁଶୁଡିଲା ପାଣି ଟାଙ୍କି, ୮ ଜଣଙ୍କୁ ବାନ୍ଧିଲା ପୋଲିସ

NEWS7
check-your-daily-horoscope-for-09-december-2023

ସୁରଟ,୨୨|୧: ଗୁଜରାଟର ସୁରଟରେ ପାଣିଟାଙ୍କି ଭୁଶୁଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଘଟଣାରେ ସଂପୃକ୍ତି ଅଭିଯୋଗରେଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ଦୁଇ ଜଣ ସରକାରୀ ଅଧିକାରୀ ରହିଛନ୍ତି । ଗିରଫ ପରେ ଗୁରୁବାର ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି ।

ରିପୋର୍ଟ ଅନୁସାରେ, ଗୁଜରାଟର ତାଡକେଶ୍ୱରରେ ବୁଧବାର ଏକ ବିରାଟ ପାଣି ଟାଙ୍କି ଭୁଶୁଡି ପଡିଥିଲା । ଯାହା ପ୍ରାୟ୧୫ମିଟରର ଥିଲା । ଏଥିରେ୧୧ଲକ୍ଷ ଲିଟରର ଜଳଧାରଣ କ୍ଷମତା ରହିଥିଲା । ତେବେଲକ୍ଷ ଲିଟର ପାଣି ଭର୍ତ୍ତି କରାଯାଇ ପରୀକ୍ଷଣ କରାଯିବା ପରେ ଏହା ଚୁରମାର ହୋଇଯାଇଥିଲା । ଏହାକୁ୨୧କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ବେଳେ ଏହା ୧୪ଟି ଗାଁକୁ ସ୍ୱଚ୍ଛ ପାଣି ଯୋଗାଇଥାନ୍ତା । ଉଦଘାଟନର ଦୁଇ ଦିନ ପୂର୍ବରୁ ଏହା ଭୁଶୁଡି ପଡିଥିଲା ।

ତେବେ ଅଘଟଣକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଘଟଣାରେ ଯେଉଁମାନଙ୍କୁ ଗିରଫ କରାଯାଇଛି ସେମାନଙ୍କ ମଧ୍ୟରେ ଠିକାଦାର ଜୟନ୍ତୀ ପଟେଲ, ବାବୁ ପଟେଲ, ଜାସମିନ୍ ପଟେଲ ଏବଂ ଧବଲ ରହିଛନ୍ତି । ଏସମସ୍ତେ ଠିକାଦାରୀ କରିଥିଲେ ।ଏହାସହ ଅହମ୍ମଦାବାଦ ବାବୁମଣି ପଟେଲ ଏବଂ ସିଗର ପ୍ରଜାପତି ନାମକ ଦୁଇ ଯନ୍ତ୍ରୀ ମଧ୍ୟ ବନ୍ଧ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଗୁଜରାଟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ଅଙ୍କିତ ଗରାସିୟା ଏବଂ ଉପଯନ୍ତ୍ରୀ ଜୟ ଚୌଧରୀଙ୍କୁ ପୋଲିସ ଗିରଫ କରିଛି ।

ସମସ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା୩୧୬-,୩୧୮-,୧୨୫-ଆଧାରରେ ମାମଲା ରୁଜୁ ହୋଇଛି । ଏହାସହ ସର୍ଦ୍ଦାର ବଲ୍ଲଭଭାଇ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅପ୍ ଟେକନୋଲୋଜିର ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ ହୋଇଛି । ସେମାନଙ୍କୁ ଭୁଶୁଡିବା ଘଟଣାରତଦନ୍ତରିପୋର୍ଟଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।