ଆକ୍ଟିଭ ମୁ଼ଡ୍‌ରେ ଛତ୍ରପୁର ବିଧାୟକ : ଆହାର କେନ୍ଦ୍ରରେ ଖାଇଲେ, ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରି ମାନ ପରଖିଲେ

Published By : Prameya-News7 Bureau | July 11, 2024 IST

ଛତ୍ରପୁର ୧୧।୭ଆକ୍ସନ ସହ ଆକ୍ଟିଭ ମୁଡ୍‌ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ଅଚାନକ  ଛତ୍ରପୁର ସ୍ଥିତ ଆହାର କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ l ଆହାର କେନ୍ଦ୍ରରେ ଲୋକଙ୍କୁ ଦିଆଯାଉଥିବା ଖାଦ୍ୟର ପରିମାଣ ଓ କ୍ୱାଲିଟି ଯାଞ୍ଚ କରିବା ସହିତ ଆହାର କେନ୍ଦ୍ରରେ ଲୋକଙ୍କୁ ଦିଆଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅନୁଧ୍ୟାନ କରିଥିଲେ ।  ଆହାର କେନ୍ଦ୍ରରେ ପ୍ରଦାନ କରାଯାଉଥିବା ଖାଦ୍ୟକୁ ବିଧାୟକ ନିଜେ ଖାଇବା ସହିତ ଲୋକଙ୍କୁ ଉତ୍ତମ ଖାଦ୍ୟ ଯୋଗାଇଦେବା ପାଇଁ ବିଧାୟକ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।  ଆହାର କେନ୍ଦ୍ରରେ ନିମ୍ନମାନର ପାଣିଆ ଡାଲି ଓ ଭାତ ଦିଆଯାଉଥିବାରୁ ବିଧାୟକ ବିରକ୍ତି ପ୍ରକାଶ କରିବା ସହିତ ଆଗାମୀ ଦିନରେ କ୍ୱାଲିଟି ଖାଦ୍ୟ ଦେବା ନିମନ୍ତେ ସେ ଇଓଙ୍କୁ ପରାମର୍ଶ ଦେଇଥିଲେ । ଏହି ଆହାର କେନ୍ଦ୍ରରେ ଦୈନିକ ଚାରି ଶହ ଲୋକଙ୍କ ପାଇଁ ଖାଦ୍ୟ ଆସିଥାଏ । ଲୋକଙ୍କୁ କିପରି ଭଲ ଖାଦ୍ୟ ଯୋଗେଇ ଦିଆଯିବ ସେ ଉପରେ ଗୁରୁତ୍ୱ ଦେଇଥିଲେ ବିଧାୟକ । ଏପରିକି କିଛି ଦିନ ତଳେ ବିଧାୟକ ଏକ ସ୍କୁଲ ପରିଦର୍ଶନ କରି ପିଲାଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟ ମାନ ଯାଞ୍ଚ କରିଥିଲେ । ନିଜେ ସେଠାରେ ପିଲା ମାନଙ୍କ ସହ ଖାଇଥିଲେ ସେଠାରେ ମଧ୍ୟ ନିମ୍ନମାନର ଖାଦ୍ୟ ଦିଆଯାଉଛି ବୋଲି ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତୁରନ୍ତ ଏହାର ସମାଧାନ ପାଇଁ କହିଥିଲେ ବିଧାୟକ ।

You Can Read:

ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ଯୁବତୀ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.