ଅଷ୍ଟ୍ରେଲିଆ ଟିମ୍‌କୁ ବଡ଼ ଝଟ୍‌କା, ବିଶ୍ବକପ୍ ଖେଳିପାରିବେ ନାହିଁ ଅଧିନାୟକ ମିଚେଲ ମାର୍ଶ

NEWS7
chatgpt-used-to-cheat-in-telangana-state-civil-service-exams

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ରେ ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟକା ଲାଗିଛି । ଦଳର ଅଧିନାୟକ ମିଚେଲ ମାର୍ଶ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ମାର୍ଶଙ୍କ ଜଂଘରେ ଆଘାତ ଲାଗିଥିଲା । ଫଳରେ ସେ ଫେବୃଆରୀ ୧୧ରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିପାରିନଥିଲା। ପରବର୍ତ୍ତୀ ସମୟରେ, ମାର୍ଶଙ୍କୁ ବିଶ୍ୱକପରୁ ବାଦ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ଷ୍ଟିଭ୍ ସ୍ମିଥଙ୍କୁ ଦଳରେ ସାମିଲ କରାଯାଇଛି।

ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ, ମିଚେଲ ମାର୍ଶଙ୍କ ଜଙ୍ଘରେ ଆଘାତ ଲାଗିଛି । ଡାକ୍ତରଙ୍କ ମତରେ, ତାଙ୍କୁ ବିଶ୍ରାମ ଦିଆଯିବ । ବୋର୍ଡ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ମିଚେଲ ମାର୍ଶ ଡାକ୍ତରଙ୍କ ପରାମର୍ଶ କ୍ରମେ ଦଳକୁ ଫେରିବେ । ଷ୍ଟିଭ୍ ସ୍ମିଥ୍ ଶ୍ରୀଲଙ୍କା ଗସ୍ତରେ ଅଷ୍ଟ୍ରେଲିଆ ଦଳରେ ଷ୍ଟାଣ୍ଡ-ବାଇ ଖେଳାଳି ଭାବରେ ଯୋଗ ଦେବେ।

ଷ୍ଟିଭ୍ ସ୍ମିଥଙ୍କ କଥା କହିବାକୁ ଗଲେ, ସେ ଫେବୃଆରୀ ୨୦୨୪ ପରଠାରୁ ଅଷ୍ଟ୍ରେଲିଆ ପାଇଁ କୌଣସି ଟି-20 ମ୍ୟାଚ୍ ଖେଳି ନାହାନ୍ତି। ସେ ବିଗ୍ ବ୍ୟାଶ୍ ଲିଗରେ ସିଡନୀ ସିକ୍ସର୍ସ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ଏକ ଶତକ ହାସଲ କରିଥିଲେ । ୨୦୨୫-୨୬ ବିବିଏଲ୍ ସିଜିନ୍ରେ, ସ୍ମିଥ୍ ୫୯.୮୦ ହାରରେ ୨୯୯ ରନ୍ କରିଥିଲେ ।

ଅଷ୍ଟ୍ରେଲିଆର ପ୍ରଥମ ମ୍ୟାଚ୍ ଫେବୃଆରୀ ୧୧ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଥିଲା। ମିଚେଲ ମାର୍ଶଙ୍କ ଅନୁପସ୍ଥିତିରେ ଟ୍ରାଭିସ୍ ହେଡ୍ କଙ୍ଗାରୁ ଦଳର ନେତୃତ୍ବ ନେଇଛନ୍ତି। ପୂର୍ବର ଅଷ୍ଟ୍ରେଲିଆ ଦଳରୁ ପାଟ୍ କମିନ୍ସ ବାଦ ପଡ଼ିଥିଲେ । ପିଠି ସମସ୍ୟା ଯୋଗୁଁ ବିଶ୍ୱକପରୁ ବାଦ ପଡ଼ିଛନ୍ତି ପାଟ କମିନ୍ସ ।