ସ୍କୁଟିକୁ ଧକ୍କା ଦେଲା ସଫାରୀ ଗାଡ଼ି, ଚାଲିଗଲା ୨ ଜୀବନ

NEWS7
charidham-yatra-to-begin-registration-from-next-week

କଳାହାଣ୍ଡି ୧୫।୧୨ : ସ୍କୁଟିରୁ ଧକ୍କା ଦେଲା ସଫାରୀ ଗାଡ଼ି । ସ୍କୁଟିରେ ଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ମୃତକମାନେ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଥନଟଗାଁର ଲିଙ୍ଗରାଜ ଦୁର୍ଗା ଓ ଲଳିତ ତାଣ୍ଡି ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଲିଙ୍ଗରାଜ ଓ ତାଙ୍କ ସାଙ୍ଗ ଲଳିତ ତାଣ୍ଡି ତାଙ୍କ ଗାଁ ଥନଟରୁ ଧର୍ମଗଡ଼ ସ୍କୁଟି ଯୋଗେ ଯାଉଥିଲେ । ହେଲେ ବିଜୁ ଏକ୍ସପ୍ରେସ୍‌ ଓ୍ୱେର କେବିଡ଼ି ଛକ ନିକଟରେ ଏକ ସଫାରୀ ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା । ଯାହାଫଳରେ ଦୁଇ ଜଣ ସ୍କୁଟିରୁ ଛିଟ୍‌କି ପଡିଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉତ୍ତେଜନା ଦେଖାଦେଇଥିବା ବେଳେ ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଏହାସହ ଦୁର୍ଘଟଣା ଘଟାଇଥିବା ସଫାରୀ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ମଧ୍ୟ ରଖିଛି ।