ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଅତ୍ୟନ୍ତ ଆନନ୍ଦଦାୟକ , କାର୍ଯ୍ୟକ୍ଷେତ୍ରରେ କିଛି ଅସୁବିଧା ସାମ୍ନା କରିପାରନ୍ତି

NEWS7
chapter-on-tipu-sultan-and-his-father-dropped-from-class-7-textbooks-as-karnataka-govt-reduces

ମେଷ - ଚନ୍ଦ୍ରଙ୍କ ଷଷ୍ଠ ସ୍ଥିତି ହେତୁ ଚାକିରି କ୍ଷେତ୍ରରେ ଆଜି ପୂର୍ଣ୍ଣ ସଫଳତା ପାଇବେ। ଦୀର୍ଘ ଦିନରୁ ଥିବା କରଜ ବୋଝରୁ ଆଶ୍ୱସ୍ତି ମିଳିପାରେ। ଗୁପ୍ତ ଶତ୍ରୁମାନେ ଆପଣଙ୍କ କ୍ଷତି କରିପାରିବେ ନାହିଁ। ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ପାଇଁ ସତର୍କତା ବଜାୟ ରଖନ୍ତୁ। ମାମୁଁ ଘର ପରିବାରରୁ କୌଣସି ସହଯୋଗ ଆଜି ମିଳିବ।

ବୃଷ - ପଞ୍ଚମ ଭାବରେ ଚନ୍ଦ୍ର ଥିବାରୁ ମନୋରଞ୍ଜନ ଏବଂ ଉତ୍ସାହରେ ଦିନଟି ବିତିବ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ଆନନ୍ଦଦାୟକ ହେବ। ଶିକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ ଭଲ ପରିଣାମ ଆସିବ। ସନ୍ତାନଙ୍କ ଆଚରଣ ଆଜି ଆପଣଙ୍କୁ ଖୁସି ଦେବ। ଆଜି ଆପଣଙ୍କୁ ଆକସ୍ମିକ ଭାବରେ ଧନ ମିଳିବାର ସମ୍ଭାବନା ଅଛି।

ମିଥୁନ - ଚତୁର୍ଥ ଚନ୍ଦ୍ର କାରଣରୁ ମାନସିକ ଅଶାନ୍ତି ଏବଂ ଚିନ୍ତା ବଢ଼ିପାରେ। ଆପଣଙ୍କ ମାତାଙ୍କ ସହଯୋଗ କମିବାର ସମ୍ଭାବନା ଦେଖାଯାଉଛି। ବାସସ୍ଥାନ ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେବାରେ ବିଳମ୍ବ ହେବ। କାର୍ଯ୍ୟକ୍ଷେତ୍ରରେ କିଛି ଅସୁବିଧା ସାମ୍ନା କରିପାରନ୍ତି। ଘରୋଇ ସୁଖ ଶାନ୍ତି ପାଇଁ ଆପଣଙ୍କୁ ଅଧିକ ଚେଷ୍ଟା କରିବାକୁ ପଡ଼ିବ।

କର୍କଟ - ତୃତୀୟ ଚନ୍ଦ୍ର ଆପଣଙ୍କ ପାଇଁ ଶୁଭ ଫଳ ଆଣିଦେବ। ଆପଣଙ୍କର ସାହସ ଏବଂ ବଳ ବହୁଗୁଣିତ ହେବ। ଆପଣଙ୍କ ସାନ ଭାଇଭଉଣୀମାନେ ଆପଣଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବେ। କ୍ଷୁଦ୍ର ଦୂରତାର ଯାତ୍ରା ଆପଣଙ୍କ ପାଇଁ ଲାଭପ୍ରଦ ହେବ। ନିଜର ପ୍ରଚେଷ୍ଟାରେ ଆଜି କୌଣସି ବଡ଼ ସଫଳତା ପାଇବେ।

ସିଂହ - ଦ୍ୱିତୀୟ ଭାବରେ ଚନ୍ଦ୍ର ଥିବାରୁ ଆପଣଙ୍କର ଆର୍ଥିକ ଅବସ୍ଥା ସୁଧୁରିବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଆପଣଙ୍କ କଥା ଶନିବାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। ପୂର୍ବରୁ କରିଥିବା ସଞ୍ଚୟରୁ ଲାଭ ମିଳିପାରେ। ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିବେ।

କନ୍ୟା - ଆପଣଙ୍କ ଲଗ୍ନରେ ଚନ୍ଦ୍ର ଥିବାରୁ ଆପଣଙ୍କର ଚିନ୍ତାଧାରା ଅଧିକ ସକାରାତ୍ମକ ରହିବ। ନିଜର ଦକ୍ଷତା ପ୍ରଦର୍ଶନ କରିବାର ଏକ ଭଲ ସୁଯୋଗ ମିଳିବ। ଆପଣଙ୍କର ବ୍ୟକ୍ତିତ୍ୱ ଆଜି ଅନ୍ୟମାନଙ୍କ ମଧ୍ୟରେ ଅଲଗା ଦେଖାଯିବ। ଆଜି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ରହିବ ନାହିଁ। ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତା ଅଧିକ ମଜବୁତ ରହିବ।

ତୁଳା - ଦ୍ୱାଦଶ ଚନ୍ଦ୍ର ହେତୁ ଆସନ୍ତାକାଲି ଆପଣଙ୍କର ବ୍ୟୟ ବଢ଼ିବାର ସମ୍ଭାବନା ଅଛି। ଅଜଣା କାରଣରୁ ଆପଣଙ୍କ ମନରେ କିଛି ଚିନ୍ତା ରହିବ। ଆପଣଙ୍କୁ ଦୂର ସ୍ଥାନରୁ କୌଣସି ଗୁରୁତ୍ୱପୂର୍ଣ୍ଣ ଡାକ କିମ୍ବା ଖବର ମିଳିବ। ଧାର୍ମିକ କାର୍ଯ୍ୟକଳାପରେ ସମୟ ବିତାଇଲେ ମାନସିକ ଶାନ୍ତି ମିଳିବ। ଅଯଥା ଦୌଡ଼ାଦୌଡ଼ିରୁ ନିଜକୁ ବିରତ ରଖନ୍ତୁ।

ବିଛା – ଆସନ୍ତାକାଲି ଏକାଦଶ ଚନ୍ଦ୍ର ଯୋଗୁଁ ଆପଣଙ୍କର ରୋଜଗାରରେ ବହୁତ ବୃଦ୍ଧି ଘଟିବ। ପୁରୁଣା ବନ୍ଧୁମାନଙ୍କ ସହ ଆଜି ପୁନର୍ମିଳନ ହୋଇପାରେ। ଆପଣଙ୍କର ଆଶା ଏବଂ ଆକାଂକ୍ଷା ପୂରଣ ହେବାର ଏହି ସମୟ ଅଟେ। କୌଣସି ନୂତନ ସୂତ୍ରରୁ ଅର୍ଥ ପ୍ରାପ୍ତି ହେବ। ବଡ଼ ଭାଇଭଉଣୀଙ୍କ ପରାମର୍ଶ ଆଜି ଆପଣଙ୍କ ପାଇଁ ଲାଭଦାୟକ ହେବ।

ଧନୁ - କର୍ମ ସ୍ଥାନରେ ଦଶମ ଚନ୍ଦ୍ର ଆପଣଙ୍କୁ ଖୁସି ଏବଂ ସଫଳତା ଦେବେ। କାମରେ ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସମର୍ଥନ ମିଳିବ। ସରକାରୀ କ୍ଷେତ୍ରରେ ଅଟକି ଥିବା କାର୍ଯ୍ୟ ଆଜି ସମାପନ ହେବ। ଆପଣଙ୍କ ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଆପଣଙ୍କ ବୃତ୍ତିଗତ ପ୍ରତିଷ୍ଠା ବହୁତ ବଢ଼ିଯିବ।

ମକର - ଭାଗ୍ୟ ସ୍ଥାନରେ ନବମ ଚନ୍ଦ୍ର ଥିବାରୁ ଆଜି ଆପଣଙ୍କୁ ସବୁଥିରେ ସାହାଯ୍ୟ ମିଳିବ। ଆଧ୍ୟାତ୍ମିକ ଦିଗରେ ଆପଣଙ୍କର ବିଶ୍ୱାସ ବଢ଼ିବ। ଗୁରୁଜନମାନଙ୍କର ସମ୍ମାନ କରନ୍ତୁ ଏବଂ ସେମାନଙ୍କ ଆଶୀର୍ବାଦ ନିଅନ୍ତୁ। ଉଚ୍ଚଶିକ୍ଷା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ଅଟେ। ଲମ୍ବା ଦୂରତାର ଯାତ୍ରା ଯୋଗ ରହିଛି।

କୁମ୍ଭ - ଅଷ୍ଟମ ଚନ୍ଦ୍ର ଯୋଗୁଁ କୌଣସି ଜରୁରୀ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ଗାଡ଼ି ଚଳାଇବା ସମୟରେ ଅତ୍ୟନ୍ତ ସାବଧାନ ରୁହନ୍ତୁ। ହଠାତ୍ କିଛି ଅର୍ଥ ଆପଣଙ୍କୁ ମିଳିପାରେ, କିନ୍ତୁ ଏହା ବିପଦପୂର୍ଣ୍ଣ ହୋଇପାରେ। ଆପଣଙ୍କ ଶାଶୁଘର ପକ୍ଷରୁ କିଛି ସହାୟତା ଆଶା କରାଯାଏ। ନିଜର ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ।

ମୀନ - ସପ୍ତମ ଭାବରେ ଚନ୍ଦ୍ର ଥିବାରୁ ଆପଣଙ୍କର ବ୍ୟକ୍ତିଗତ ସମ୍ପର୍କ ଭଲ ରହିବ। ଆପଣଙ୍କ ଜୀବନସାଥୀଙ୍କ ସହଯୋଗ ସବୁ କାର୍ଯ୍ୟରେ ମିଳିବ। ବ୍ୟବସାୟରେ ନୂତନ ଭାଗୀଦାରୀ ସୃଷ୍ଟି ହୋଇପାରେ। ସମାଜରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ଆପଣଙ୍କ ଦାମ୍ପତ୍ୟ ଜୀବନରେ ଆନନ୍ଦ ବଢ଼ିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682