କେଉଁଠି ହେବ ICC ଚାମ୍ପିଅନ୍ସ ଟ୍ରଫି? ନଭେମ୍ବର ୩୦ରେ ନିଷ୍ପତ୍ତି

Published By : Prameya-News7 Bureau | November 29, 2024 IST

News7

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି-2025ର ବୈଠକ ସ୍ଥଗିତ। ବିସିସିଆଇ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସମେତ ସମସ୍ତ ବୋର୍ଡ ସଦସ୍ୟକୁ ନେଇ ଶୁକ୍ରବାର ବୈଠକ ହେବାର ଥିଲା ଏହି ବୈଠକରେ ଚାମ୍ପିଅନ୍ସ ଟ୍ରଫି କେବେ ଏବଂ କେଉଁଠାରେ ଖେଳାଯିବ ତାହା ସ୍ଥିର କରାଯାଇଥାନ୍ତା। ହାଇବ୍ରିଡ୍ ମଡେଲରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇପାରିବ କି ନାହିଁ କିମ୍ବା ପୁରା ଟୁର୍ଣ୍ଣାମେଣ୍ଟ କେବଳ ପାକିସ୍ତାନରେ ଖେଳାଯିବ, ଏନେଇ ଆଲୋଚନା ହୋଇଥିଲା। କିନ୍ତୁ ଆଇସିସିର ବୈଠକକୁ ସ୍ଥଗିତ କରାଯାଇଛି। ଟୁର୍ଣ୍ଣାମେଣ୍ଟ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି, କିନ୍ତୁ ଭାରତୀୟ ଦଳ ପଡୋଶୀ ଦେଶ ଭ୍ରମଣ କରିବାକୁ ମନା କରି ଦେଇଛି। ସେବେଠାରୁ ଟୁର୍ଣ୍ଣାମେଣ୍ଟ କେବେ ଓ କେଉଁଠାରେ ଖେଳାଯିବ ସେନେଇ ବିବାଦ ଲାଗି ରହିଛି। ଯେଉଁଥିପାଇଁ ଆଇସିସି ଏହି ବୈଠକ ଆୟୋଜନ କରିଥିଲା। 

ମିଡିଆ ରିପୋର୍ଟ ଅନୁଯାୟୀ ଏହା ଏକ ଭର୍ଚୁଆଲ୍ ମିଟିଂ ଥିଲା, ଏହି ବୈଠକ କେବଳ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରହିପାରେ, ଯାହା ପରେ ବୈଠକ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ନିଷ୍ପତ୍ତି ନଭେମ୍ବର ୩୦ରେ ହୋଇପାରେ ବୋଲି ଆଶା କରାଯାଉଛି।

ଆଇସିସି ବୈଠକରେ ତିନୋଟି ବିକଳ୍ପକୁ ବିଚାର କରାଯିବ। ପ୍ରଥମ ବିକଳ୍ପ ହେଉଛି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲରେ ହୋଇପାରେ। ଟିମ୍ ଇଣ୍ଡିଆ ବ୍ୟତୀତ ସମସ୍ତ ମ୍ୟାଚ୍ କେବଳ ପାକିସ୍ତାନରେ ଖେଳାଯିବ। ଦ୍ୱିତୀୟ ବିକଳ୍ପ ହେଉଛି ଏହି ଟୁର୍ଣ୍ଣାମେଣ୍ଟ ସମ୍ପୂର୍ଣ୍ଣ ପାକିସ୍ତାନ ବାହାରେ ଖେଳାଯିବ ଏବଂ ହୋଷ୍ଟିଂ ଅଧିକାର PCB ରହିବ। ଏଥି ସହିତ ଶେଷ ବିକଳ୍ପ ହେଉଛି ଏହି ପୁରା ଟୁର୍ନାମେଣ୍ଟ ପାକିସ୍ତାନରେ ଖେଳାଯିବ, କିନ୍ତୁ ଭାରତ ଏହାର ଅଂଶ ହେବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.