ଚାମ୍ପିଅନ୍ସ ଟ୍ରଫି ବିଜେତାଙ୍କୁ ମିଳିବ ଛପରଫାଡ ଟଙ୍କା, ପରାଜିତ ଟିମ୍‌ ବି ହେବେ ମାଲାମାଲ୍

Published By : Prameya-News7 Bureau | March 08, 2025 IST

ମୁମ୍ୱାଇ ୦୮/୦୩: ମାର୍ଚ୍ଚ ୯, ରବିବାର । ଖେଳାଯିବ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ । ନ୍ୟୁଜିଲାାଣ୍ଡକୁ ଭେଟିବ ଭାରତୀୟ ଦଳ । ମ୍ୟାଚ୍ ମାର୍ଚ୍ଚ ୯ (ରବିବାର) ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଭାରତୀୟ ସମୟ ଅନୁସାରେ, ଏହି ମ୍ୟାଚ୍ ଅପରାହ୍ନ ୨.୩୦ ରେ ଆରମ୍ଭ ହେବ। 

ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଏହି ସମୟରେ, ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୫୦ ରନରେ ପରାସ୍ତ କରି ଟାଇଟଲ ମୁକାବିଲାରେ ପ୍ରବେଶ କରିଛି।

ଚାମ୍ପିଅନ୍ସଙ୍କ ଉପରେ ଟଙ୍କା ବର୍ଷା:

ଏଥର ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ଜିତିଥିବା ଦଳ ନିଶ୍ଚିତ ଭାବରେ କୁବେର ହେବେ । ଏହା ବ୍ୟତୀତ, ଯେଉଁ ଦଳ ହାରୁଛି, ସେ ବି ମାଲାମାଲ ହେବେ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପୂର୍ବରୁ ପୁରସ୍କାର ରାଶି ଘୋଷଣା କରିଥିଲା । 

ଆଇସିସି, ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରାଇସ୍ ମନି ପୂର୍ବରୁ ହିଁ ଘୋଷଣା କରିସାରିଛି । ଚାମ୍ପିୟନ୍ସ ଟ୍ରଫି ଜିତିଲେ, ଭାରତୀୟ ଟିମକୁ ମିଳିବ ପ୍ରାୟ ୨.୨୪ ମିଲିୟନ୍ ଡଲାର । ଯାହାର ଭାରତୀୟ ମୁଦ୍ରାରେ ମୂଲ୍ୟ ହେଉଛି ୧୯ କୋଟି ୪୮ ଲକ୍ଷ ଟଙ୍କା । ସେହିପରି ଚାମ୍ପିୟନ୍ସ ଟ୍ରଫିରେ ରନର୍ସ ଅପ୍ ହେଇଥିବା ଟିମକୁ ମିଳିଥିବ ୯ କୋଟି ୭୪ ଲକ୍ଷ ଟଙ୍କା ।

ଚାମ୍ପିୟନ୍ସ ଟ୍ରଫି ଚାମ୍ପିୟନ୍ସ ଆଉ ରନର୍ସଅପ୍ ସହିତ ସେମିଫାଇନାଲ ହାରିଥିବା ଟିମକୁ ମଧ୍ୟ ମିଳିବ କୋଟି କୋଟି ଟଙ୍କା । ସେମିଫାଇନାଲ ହାରିଥିବା ଦୁଇ ଟିମକୁ ୪ କୋଟି ୮୭ ଲକ୍ଷ ଟଙ୍କା ମିଳିବ । ଅର୍ଥାତ ଅଷ୍ଟ୍ରେଲିଆ ସହିତ ସାଉଥ୍ ଆଫ୍ରିକା ଟିମ୍ ସେମିଫାଇନାଲ ହାରିଥିଲେ ବି, ଆଇସିସି ପାଖରୁ କୋଟି କୋଟି ଟଙ୍କା ପାଇବେ । ଏହାସହିତ ଟୁର୍ଣ୍ଣାମେଣ୍ଟରେ ୫ମ ଓ ୬ଷ୍ଠ ସ୍ଥାନରେ ଥିବା ଟିମକୁ ୩ କୋଟି ୪ ଲକ୍ଷ ଟଙ୍କା, ଏବଂ ୭ମ ଏବଂ ୮ମ ସ୍ଥାନରେ ଥିବା ଟିମକୁ ୧ କୋଟି ୪୦ ଲକ୍ଷ ଟଙ୍କା ମିଳିବ ବୋଲି ଆଇସିସି ଧାର୍ୟ୍ୟ କରିଛି ।

ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରତିଟି ମ୍ୟାଚ୍ ପ୍ରତିଟି ଟିମ୍ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଗ୍ରୁପ୍ ଷ୍ଟେଜରେ ମ୍ୟାଚ୍ ଜିତୁଥିବା ପ୍ରତିଟି ଟିମକୁ ୨୯ ଲକ୍ଷ ୬୧ ହଜାର ଟଙ୍କା ମିଳିଥାଏ । ଏହା ସହ ୮ଟି ଯାକ ଟିମକୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ୧ କୋଟି ୮ ଲକ୍ଷ ଟଙ୍କା ମିଳିଥାଏ । ଏହି ସବୁ ପ୍ରାଇସ୍ ମନି ପାଇଁ ଆଇସିସି ପାଖାପାଖି ୬୦ କୋଟି ଟଙ୍କା ଖର୍ଚ୍ଚ କରିବ, ଯାହାକି ୨୦୧୭ ତୁଳନାରେ ପାଖାପାଖି ୫୩ ପ୍ରତିଶତ ଅଧିକ ।

also read...

୨୦୩୦ ଫିଫା ଫୁଟବଲ୍ ବିଶ୍ୱକପ୍‌ର ବଢ଼ିବ ଆକାର; ୬୪ଦଳ ସାମିଲ ହେବା ନେଇ ଚର୍ଚ୍ଚା 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.