ମୁମ୍ଵାଇ ୨୦।୦୩; ଗତ କିଛି ସମୟ ଧରି ଛାଡ଼ପତ୍ରକୁ ନେଇ ଚର୍ଚ୍ଚାରେ ରହିଥିବା କ୍ରିକେଟର ୟୁଜବେନ୍ଦ୍ର ଚହଲ୍ ଓ ପତ୍ନୀ ତଥା ଡ୍ୟାନ୍ସର ଧନଶ୍ରୀ ଚର୍ଚ୍ଚାରେ ରହିଛନ୍ତି । ୨୦୨୦ ଡିସେମ୍ବର ୧୧ ତାରିଖ ଅର୍ଥାତ୍ ୫ ବର୍ଷ ତଳେ ଦୁହିଁଙ୍କ ବିବାହ ହୋଇଥିଲା । ଉଭୟ ପରିବାର ସହମତିରେ ବିବାହ ହେବା ପରେ ଗ୍ରାଣ୍ଡ ପାର୍ଟି ଦେଇଥିଲେ । ଯେଉଁଥିରେ ବଲିଉଡ୍ ଓ କ୍ରିକେଟ୍ ଜଗତର ଅନେକ ତାରକା ଯୋଗ ଦେଇଥିଲେ । ହେଲେ ହଠାତ୍ ୨୦୨୩ ରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଧିରେ ଧିରେ ଏସବୁ ଖବର ଚର୍ଚ୍ଚାକୁ ଆସିଥିଲା। ଉଭୟଙ୍କ ମଧ୍ୟରେ ତିକ୍ତତା ବଢିବା ଅଢେଇ ବର୍ଷ ହେବ ପରସ୍ପରଠୁ ଦୂରେଇ ରହିବା ନେଇ ଖବର ପ୍ରଚାର ହୋଇଥିଲା । ଇନଷ୍ଟାଗ୍ରାମରେ ଦୁହେଁ ଦୁହିଁଙ୍କୁ ଅନଫଲୋ କରିଥିଲେ।
ବର୍ତ୍ତମାନର ଖବର ମୁତାବକ , ଚହଲ୍ ଏବଂ ଧନଶ୍ରୀଙ୍କ ଛାଡ଼ପତ୍ରର ଖବର କନଫର୍ମ ହୋଇଯାଇଛି । ଯାହାକୁ ନେଇ ବମ୍ବେ ହାଇକୋର୍ଟ ବଡ଼ ଆଦେଶ ଦେଇଛନ୍ତି । କୋର୍ଟ ପକ୍ଷରୁ ଫାଇନାଲ ଶୁଣାଣି ପାଇଁ ଦିନ ମଧ୍ୟ ଧାର୍ଯ୍ୟ କରାଯାଇଛି। ସୂଚନା ଅନୁସାରେ , ବମ୍ବେ ହାଇକୋର୍ଟ ଜଷ୍ଟିସ୍ ମାଧବ ଜାମଦାରଙ୍କୁ ଫ୍ୟାମିଲି କୋର୍ଟରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଚହଲ୍ ଏବଂ ଧନଶ୍ରୀଙ୍କ ଛାଡ଼ପତ୍ର ମାମଲାର ଶୁଣାଣି ହେବା ଦରକାର । ମାର୍ଚ୍ଚ ୨୦ ତାରିଖରେ ଦମ୍ପତିଙ୍କ ଛାଡ଼ପତ୍ରକୁ ନେଇ ଶୁଣାଣି ହେବା ନେଇ କୁହାଯାଉଛି। ସୂଚନା ଅନୁଯାୟୀ ବିବାହର ୨ ବର୍ଷ ପରେ ହିଁ ଚହଲ-ଧନଶ୍ରୀ ମଧ୍ୟରେ ମତଭେଦ ଦେଖା ଦେଇଥିଲା । ୫ ବର୍ଷର ବିବାହ ଭିତରେ ଅଢେଇ ବର୍ଷ ଧରି ଅଲଗା ରହୁଥିଲେ ଏହି କପଲ ।