ନୂଆଦିଲ୍ଲୀ ୨୭।୭: ଡିଜିଟାଲ ପାୟରେସୀ ନିୟନ୍ତ୍ରିତ କରିବା ପାଇଁ କେନ୍ଦ୍ର ସରକାର ଆଇନ ସଂଶୋଧନ କରିଛନ୍ତି। ଏଣିକି ଫିଲ୍ମର ଅବୈଧ ରେକର୍ଡିଂ ଓ ପ୍ରସାରଣରେ ସାମିଲ ଲୋକଙ୍କ ନିମନ୍ତେ ୩ ବର୍ଷ ଜେଲ ଓ ଫିଲ୍ମ ନିର୍ମାଣ ବ୍ୟୟର ୫% ପ୍ରତିଶତ ପର୍ଯ୍ୟନ୍ତ କଠିନ ଜରିମନାର ବ୍ୟବସ୍ଥା କରିଛନ୍ତି। ପାୟରେସୀର ଭୟ ବିଶେଷ କରି ସଫ୍ଟୱେର, ସଙ୍ଗୀତ, ଫିଲ୍ମ ଓ ପୁସ୍ତକ ଭଳି କପି ରାଇଟ୍ ସାମଗ୍ରୀର ଅବୈଧ ଉପାୟରେ ପୁନରୁତ୍ପାଦନ, ବିତରଣ ଅଥବା ଉପଯୋଗ ଯୋଗୁ ହୋଇଥାଏ।
ଏଥିରେ ସରକାର ଫିଲ୍ମ ପାୟରେସୀ ବିରୋଧରେ କଟକଣା କଡ଼ାକଡି କରିବା ପାଇଁ ୨ ବର୍ଷ ପୂର୍ବେ ସିନେମାଟୋଗ୍ରାଫ ଅଧିନିୟମ ବଦଳାଇଥିଲେ। ସୂଚନା ଓ ପ୍ରସାରଣ ରାଜ୍ୟମନ୍ତ୍ରୀ ଏଲ.ମୁରୁଗନ ସଂସଦକୁ କହିଛନ୍ତି ଯେ ଏହି ସଂଶୋଧନରେ ସର୍ବନିମ୍ନ ୩ ମାସ ଜେଲ ଓ ୩ ଲକ୍ଷ ଟଙ୍କାର ଜରିମନାର କଡ଼ା ପ୍ରାବଧାନ ରହିଛି। ତେବେ ନୂଆ ସଂଶୋଧନରେ ୩ ମାସର ଦଣ୍ଡକୁ ୩ ବର୍ଷ ଓ ଏଡିଟ କରାଯାଇଥିବା ରେକର୍ଡ ଭିଡିଓ ମୂଳ ଫିଲ୍ମ ନିର୍ମାଣର ୫% ପର୍ଯ୍ୟନ୍ତ ଜରିମନା କରାଯାଇ ପାରେ।