News7 Logo

ମାଓ ସଂଗଠନକୁ ଲାଗିଲା ବଡ଼ ଝଟ୍‌କା, ଆତ୍ମସମର୍ପଣ କଲେ ହାର୍ଡକୋର ମାଓ ନେତ୍ରୀ

NEWS7
Maoist

ମାଲକାନଗିରି ୧୩।୯: ମାଓ ସଂଗଠନକୁ ଲାଗିଲା ଆଉ ଏକ ବଡ଼ ଝଟ୍‌କା । ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ହାର୍ଡକୋର ମାଓ ନେତ୍ରୀ । ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ ଏହି ମାଓ ନେତ୍ରୀ ।

ଆତ୍ମସମର୍ପଣ କରିଥିବା ମାଓ ନେତ୍ରୀଙ୍କ ମୁଣ୍ଡ ଉପରେ ପୂର୍ବରୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ସେ ନକ୍ସଲ ସଂଗଠନର ଦକ୍ଷିଣ ଉପ ଜୋନାଲ କମିଟିର ବ୍ୟୁରୋ ଇନ୍‌ଚାର୍ଜ ରହିଥିଲେ । ସେ ଦୀର୍ଘ ବର୍ଷ ଧରି ଛତିଶଗଡ ବସ୍ତର ଅଞ୍ଚଳରେ ସକ୍ରିୟ ଥିଲେ । ସେ ହେଉଛନ୍ତି ପଶ୍ଚିମବଙ୍ଗରେ ନିହତ ହୋଇଥିବା ଟପ୍ ନକ୍ସଲ କମାଣ୍ଡର କିଶାନଜୀଙ୍କ ପତ୍ନୀ ।