Live Live
LIVE

Sabja Seeds Benefits: ନାଣ୍ଡିବଗୁଲି ମଞ୍ଜିର ଅଦ୍ଭୁତ ଫାଇଦା, ଓଜନ କମେଇବାରୁ ମଧୁମେହ ନିୟନ୍ତ୍ରଣ ପର୍ଯ୍ୟନ୍ତ ପୁରା ଗାଇଡ୍

NEWS7
cattle-mafia-chhota-kalia-arrested-in-athagarh

ନୂଆଦିଲ୍ଲୀ: ନାଣ୍ଡିବଗୁଲି ମଞ୍ଜି (Sabja seeds) ବା ବାସିଲ୍ ସିଡ୍ସ କେବଳ ପାନୀୟ କିମ୍ବା ଡେଜର୍ଟରେ ବ୍ୟବହୃତ ହୁଏ ନାହିଁ, ବରଂ ଏହି ଛୋଟ କଳା ମଞ୍ଜିରେ ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ଲୁଚି ରହିଛି। ଚିଆ ସିଡ୍ସ (Chia seeds) ଏବଂ ଫ୍ଲାକ୍ସ ସିଡ୍ସ ଭଳି ଲୋକପ୍ରିୟ ସୁପରଫୁଡ୍ ତୁଳନାରେ ଏହା ଅଧିକ ପୁଷ୍ଟିକର। ତୁଳସୀରୁ ବାହାରୁଥିବା ଏହି ମଞ୍ଜିକୁ ଏକ 'ୱେଲନେସ୍ ପାୱାରହାଉସ୍' କୁହାଯାଏ। ଆସନ୍ତୁ ଜାଣିବା ଏହାର ପ୍ରମୁଖ ଫାଇଦା, ଖାଇବାର ସଠିକ୍ ଉପାୟ ଏବଂ କିଛି ସତର୍କତା ବିଷୟରେ।

(ସୂଚନା: ଏହା କେବଳ ଶିକ୍ଷଣୀୟ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ। ନିଜର ଖାଦ୍ୟପେୟରେ ପରିବର୍ତ୍ତନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।)

ନାଣ୍ଡିବଗୁଲି ମଞ୍ଜିର ପ୍ରମୁଖ ସ୍ୱାସ୍ଥ୍ୟ ଉପକାରିତା

*ଶରୀରକୁ ଥଣ୍ଡା ରଖେ: ଖରାଦିନେ ଏହା ଶରୀରର ଉତ୍ତାପ କମାଇବାରେ ଏବଂ ପେଟକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ। ଲେମ୍ବୁପାଣି, ଡାବପାଣି କିମ୍ବା ସ୍ମୁଦି ସହ ଏହାକୁ ପିଇପାରିବେ।

*ମଧୁମେହ ନିୟନ୍ତ୍ରଣ: ରକ୍ତରେ ଶର୍କରା ସ୍ତରକୁ ସ୍ଥିର ରଖିବା ପାଇଁ ଏହା ବେଶ୍ ଲାଭଦାୟକ। ଏଥିରେ ଆଣ୍ଟି-ଡାଇବେଟିସ୍ ଗୁଣ ରହିଛି।

*କୋଷ୍ଠକାଠିନ୍ୟ ଏବଂ ଏସିଡିଟିରୁ ମୁକ୍ତି: ଏଥିରେ ପ୍ରଚୁର ପରିମାଣରେ ଫାଇବର (ପେକ୍ଟିନ୍) ରହିଛି, ଯାହା ପେଟ ସଫା ରଖିବା ସହ ଗୁଡ୍ ବ୍ୟାକ୍ଟେରିଆ ବୃଦ୍ଧି କରି ଏସିଡିଟି ଦୂର କରେ।

*ଓଜନ ନିୟନ୍ତ୍ରଣ: ଏହାକୁ ଖାଇବା ଦ୍ୱାରା ପେଟ ପୂରିଲା ଭଳି ଲାଗେ, ଯାହା ଆମକୁ ଅଧିକ ଖାଇବାରୁ କ୍ଷାନ୍ତ କରେ। ଏହା ଶରୀରରୁ ବିଷାକ୍ତ ଦ୍ରବ୍ୟ (Toxins) ବାହାର କରି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।

*ପୋଷକ ତତ୍ତ୍ୱର ଭଣ୍ଡାର: ଆଇରନ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ରେ ଭରପୂର ଏହି ମଞ୍ଜି ହାଡ଼, ମାଂସପେଶୀ ମଜବୁତ୍ କରିବା ସହ ରକ୍ତହୀନତା ଦୂର କରିବାରେ ସହାୟକ ହୁଏ।

*ହୃତ୍ପିଣ୍ଡ ପାଇଁ ହିତକର: ଏଥିରେ ଓମେଗା-୩ ଫ୍ୟାଟି ଏସିଡ୍ (ALA) ରହିଛି, ଯାହା ହୃଦରୋଗ ଏବଂ ଉଚ୍ଚ ରକ୍ତଚାପ ଆଶଙ୍କା କମାଏ।

*ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ: ଏଥିରେ ଥିବା ଫ୍ଲାଭୋନଏଡ୍ସ୍ (Flavonoids) ଏବଂ ପଲିଫେନଲ୍ସ ଶରୀରରେ ପ୍ରଦାହ କମାଇଥାଏ।

*ପାଟି ପାଇଁ ଉପକାରୀ: ଏହାର ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ପାଟି ଘା' (Mouth Ulcers) ଭଲ କରିବାରେ ଏବଂ ମାଉଥ୍ ଫ୍ରେସନର୍ ଭାବେ କାମ କରେ।

*କୋଲେଷ୍ଟ୍ରଲ୍ ଓ ମାନସିକ ଚାପ କମାଏ: ଏଥିରେ ଥିବା ସଲ୍ୟୁବଲ୍ ଫାଇବର କୋଲେଷ୍ଟ୍ରଲ୍ ଶୋଷଣକୁ କମାଏ। ଏହାସହ ଏହା ମାନସିକ ଚାପ, ଟେନସନ୍ ଓ ଉଦ୍ବେଗ କମାଇ ମନକୁ ଶାନ୍ତ ରଖେ।

କିପରି ଖାଇବେ ଏବଂ କେତେ ଖାଇବେ?

ପ୍ରାୟ ୨ ଚାମଚ ନାଣ୍ଡିବଗୁଲି ମଞ୍ଜିକୁ ଏକ କପ୍ ଉଷୁମ ପାଣିରେ ୧୫ ମିନିଟ୍ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ। ଏହା ଫୁଲିଯାଇ ଏକ ଜେଲି ଭଳି ଆବରଣ ସୃଷ୍ଟି କରିବ। ଏହାକୁ ଆପଣ ଲେମ୍ବୁପାଣି, ମିଲ୍କସେକ୍, ସାଲାଡ୍, ସୁପ୍ କିମ୍ବା ଆଇସକ୍ରିମ୍ ସହ ମିଶାଇ ଖାଇପାରିବେ।

*ଦୈନିକ ମାତ୍ରା: ଦିନକୁ ୨ ଚାମଚରୁ ଅଧିକ ନାଣ୍ଡିବଗୁଲି ମଞ୍ଜି ଖାଇବା ଆଦୌ ଉଚିତ୍ ନୁହେଁ।

କିଏ ଖାଇବେ ନାହିଁ? (ଜରୁରୀ ସତର୍କତା)

* ପିଲାମାନଙ୍କୁ ଦେବା ପୂର୍ବରୁ ଏହାକୁ ଭଲଭାବେ ପାଣିରେ ଭିଜାଇବା ଜରୁରୀ, ନଚେତ୍ ଏହା ତଣ୍ଟିରେ ଲାଗିଯିବାର ଭୟ ରହିଛି।

* ଗର୍ଭବତୀ ମହିଳାମାନେ ଏହାକୁ ଖାଇବା ପୂର୍ବରୁ ନିଜ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ କାରଣ ଏହା ଶରୀରରେ ଇଷ୍ଟ୍ରୋଜେନ୍ ସ୍ତର ବଢ଼ାଇଥାଏ।

* ନାଣ୍ଡିବଗୁଲି ମଞ୍ଜି ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାକୁ ଧୀର କରିଦିଏ। ତେଣୁ ଆପଣଙ୍କର ସଦ୍ୟ ସର୍ଜରୀ ହୋଇଥିଲେ କିମ୍ବା ଆଗକୁ କୌଣସି ଅସ୍ତ୍ରୋପଚାର ଥିଲେ (ଅତିକମରେ ୨ ସପ୍ତାହ ପୂର୍ବରୁ) ଏହାକୁ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିଦେବା ଉଚିତ୍।