LIVE TV

ଦୁଷ୍କର୍ମ ଅଭିଯୋଗରେ କରଞ୍ଜିଆ ଉପ କାରାଗାରରେ ଥିଲା, ଚିକିତ୍ସାଧୀନ ଅବସ୍ଥାରେ କଏଦୀର ମୃତ୍ୟୁ

NEWS7
car-truck-accident-in-andhrapradesh-5-dead-3-injured

କରଞ୍ଜିଆ ୨୬।୧୧: ବିଚାରାଧିନ କଏଦୀର ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ କଏଦୀର ମୃତ୍ୟୁ ହୋଇଛି । । ମୃତ କଏଦ ଜଣକ ୧୦ବର୍ଷ ଜେଲ୍ ଦଣ୍ଡାଦେଶ ପାଇ କରଞ୍ଜିଆ ଉପ କାରାଗାରରେ ଥିଲେ । ମୃତ କଏଦୀ ଜଣକ ହେଲେ ଘାଗରବେଡା ଥାନା ଫଗୁ ଗ୍ରାମର ଦେବେନ୍ଦ୍ର ନାୟକ ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ଏକ ଦୁଷ୍କର୍ମ ଅଭିଯୋଗରେ ଦେବେନ୍ଦ୍ର ନାୟକ ଦଣ୍ଡିତ ହୋଇ କରଞ୍ଜିଆ ଉପ କାରାଗାରରେ ସଜା କାଟୁଥିଲେ । ଗତ କିଛି ଦିନ ତଳେ ସେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ କରଞ୍ଜିଆ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ବାରିପଦା ସ୍ଥିତ PRM ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ଯାଇ କଟକ SCB ମେଡିକାଲରେ ଚିକିତ୍ସିତ ହୋଇ ଫେରିଥିଲେ ।

ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର ହେବାରୁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଚିକିତ୍ସା କରୁଥିବା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ କରଞ୍ଜିଆ ଜେଲ୍ ସୁପରିଟେଣ୍ଡେଣ୍ଟ ସନ୍ତୋଷ ବାରିକ ସୂଚନା ଦେଇଛନ୍ତି ।