ସାଲେପୁର: କଟକ ସାଲେପୁର ମୁଖ୍ୟ ରାସ୍ତାରେ ଦୁର୍ଘଟଣା। ନାନ୍ଦୋଳ ଗଡା ପେଟ୍ରୋଲ ଟାଙ୍କି ନିକଟରେ କାର ବାଇକ୍ ମୁହଁମୁହିଁ ଧକ୍କାରେ ଦୁଇ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନା ମୁତାବକ ବିଳମ୍ବିତ ରାତ୍ରୀ ସମୟରେ ତିନି ଜଣ ଯୁବକ ଏକ ବାଇକ୍ ଯୋଗେ ସାଲେପୁରରୁ ଫେରୁଥିଲେ। ଏହି ସମୟରେ କଟକରୁ ସାଲେପୁର ଅଭିମୁଖେ ଏକ କାର ଆସୁଥିବା ସମୟରେ ନାନ୍ଦୋଳ ଗଡା ପେଟ୍ରୋଲ ଟାଙ୍କି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ତିନି ଜଣଙ୍କ ମଧ୍ୟରୁ ଜଣେ ଯୁବକଙ୍କ ଗୁରୁତର ଅନ୍ୟ ଦୁଇଜଣ ଆହତ ହୋଇ ପ୍ରଥମେ ସାଲେପୁର ମେଡିକାଲ ଅଣାଯାଇଥିଲା। ପରେ ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଗାଡ଼ିକୁ ଜବତ କରିବା ସହ ତଦନ୍ତ କରୁଛି। ଗୁରୁତର ଆହତ ଜଣକ ଜପକୁଦ ଫାଣ୍ଡି ଗରୁଡ଼ପୁର ଗାଁର ପଦ୍ମଲୋଚନ ବେହେରା ବୋଲି ଜଣା ପଡ଼ିଛି।