ଇଭିଏମ୍ ମେସିନର ଡେମୋ ଦେଖାଇ ଧର୍ମଶାଳା ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର

Published By : Prameya-News7 Bureau | May 26, 2024 IST

ଚଣ୍ଡିଖୋଲ ୨୬।୫: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ନିର୍ବାଚନୀ ପ୍ରଚାର । ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ଯାଜପୁର ଧର୍ମଶାଳା ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କ ପାଇଁ ଧର୍ମଶାଳା ଯୁବ ବିଜେଡିର କର୍ମକର୍ତ୍ତା ମାନେ ପ୍ରଚାରର ମଙ୍ଗ ଧରିଛନ୍ତି । ଧର୍ମଶାଳା ଯୁବ ବିଜେଡି ପକ୍ଷରୁ ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି । ଇଭିଏମ ମେସିନର ଡେମୋ ଦେଖାଇ ନିଜ ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କ ପାଇଁ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ଧର୍ମଶାଳା ଯୁବ ବିଜେଡି ସଭାପତି କ୍ଷିତୀଶ ନାୟକଙ୍କ ନେତୃତ୍ୱରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପାଟପୁର ପଞ୍ଚାୟତରୁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଛି । ସମସ୍ତ ଜୋନ୍‌ରେ ଏହିଭଳି ପ୍ରଚାର କରାଯାଉଛି.ଘର ଘର ବୁଲି ଇଭିଏମ ର ଡେମୋ ଦେଖାଇ ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି ଯୁବ ବିଜେଡି ର କର୍ମକର୍ତା ମାନେ. ଲୋକଙ୍କ ଯେଉଁ ଭଳି ସମର୍ଥନ ମିଳୁଛି ଆଗାମୀ ଦିନରେ ଧର୍ମଶାଳା ରେ ବିଜେଡି କୁ ସଫଳତା ମିଳିବ ବୋଲି ଯୁବ ବିଜେଡି ସଭାପତି କହିଛନ୍ତି

You Can Read :

୨୮ରେ ୩ଟି ନିର୍ବାଚନୀ ସଭା କରିବେ ଶାହ, ୨୭ରେ ପୁଣି ଆସିବେ ଆସାମ ମୁଖ୍ୟମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.