LIVE TV

ବୋର୍ଡ ମିଟିଂରେ ହଠାତ୍‌ ପୋଷାକ ଓହ୍ଲାଇ ଦେଲେ ମହିଳା , ଉତ୍ତେଜନାର ଭିଡ଼ିଓ ଭାଇରାଲ

NEWS7
california woman

ନୂଆଦିଲ୍ଲୀ : ଆମେରିକାର ସ୍କୁଲରେ ଚାଲିଥିଲା ଏକ ବୋର୍ଡ ମିଟିଂ। ଜଣେ ମହିଳାଙ୍କ ଯୋଗୁଁ ହଠାତ୍‌ ଉତ୍ତେଜନା ଖେଳି ଯାଇଥିଲା। ବାସ୍ତବ କଥା ହେଲା , ମହିଳା ଜଣଙ୍କ ମିଟିଂ ମଧ୍ୟରେ ହଠାତ୍‌ ଗୋଟି ଗୋଟି କରି ନିଜର ପୋଷାକ ଓହ୍ଲାଇବାକୁ ଲାଗିଲେ ଏବଂ କେବଳ ବିକିନି ପିନ୍ଧି ନିଜର ଭାଷଣ ଦେବାକୁ ଲାଗିଲେ। ମାମଲା କାଲିଫର୍ଣ୍ଣିଆର। ନ୍ୟୁ ୟର୍କ ପୋଷ୍ଟର ଏକ ରିପୋର୍ଟ ମୁତାବିକ ମହିଳାଙ୍କ ନାଁ ହେଉଛି ବେଥ୍‌ ବାର୍ନ,ଯିଏ ପୂର୍ବରୁ ମଧ୍ୟ ଏହିପରି ବିବାଦ ସୃଷ୍ଟି କରି ସାରିଛନ୍ତି।  

ପ୍ରକୃତ କଥା ହେଲା, ମହିଳା ଜଣଙ୍କ ଜିଲ୍ଲାର ସେହି ନୀତିର ବିରୋଧ କରୁଥିଲେ, ଯାହା ମୁତାବିକ ଟ୍ରାନ୍ସଜେଣ୍ଡର ଛାତ୍ରଙ୍କୁ ତାଙ୍କ ପସନ୍ଦର ଲକର ରୁମ୍‌ ଓ ୱାଶରୁମ୍‌ର ବ୍ୟବହାର କରିବାକୁ ଅନୁମତି ଦିଆ ଯାଇଥିଲା। ମହିଳା ଜମଙ୍କ ମମ୍ସ ଫର୍‌ ଲିବର୍ଟି ନାମକ ଏକ ସଂସ୍ଥାର ସଭାପତି ଅଛନ୍ତି। ଘଟଣାଟି ସେପ୍ଟେମ୍ୱର ୧୮ ତାରିଖରେ ଘଟିଥିଲା।, ଯେତେବେଳେ ସେ ଡେଭିସ୍‌ ଜଏଣ୍ଟ ୟୁନିଫାଏଡ୍‌ ସ୍କୁଲ ଜିଲ୍ଲା ବୋର୍ଡ ବୈଠକରେ ଯୋଗ ଦେଇଥିଲେ।

ପୋଷାକ ଓହ୍ଲାଇ ମହିଳା ଜଣଙ୍କ କହିଥିଲେ , ମୁଁ ଡେଭିସ୍‌ ୟୁନିଫାଇଡ୍‌ ସ୍କୁଲ ଡିଷ୍ଟ୍ରିକ୍ଟର ଜଣେ ଅଭିଭାବକ, ଏବଂ ମୁଁ ଆଜି ଏଠାରେ ଜୁନିୟର ହାଇସ୍କୁଲର ଲକର ରୁମ୍‌ ପାଇଁ ଆପଣଙ୍କ ନୀତି ଗୁଡ଼ିକ ଉପରେ କଥା ହେବାକୁ ଆସିଛି। ଏମର୍ସନ , ହୋମ୍ସ , ହାର୍ପର ଜୁନିୟର ହାଇ। ଏବେ , ଆମେ ଆମର ଛାତ୍ରଙ୍କୁ ଶାରୀରିକ ଏଜୁକେସନ କ୍ଲାସ୍‌ ପାଇଁ ପୋଷାକ ଓହ୍ଲାଇବା ପାଇଁ କୁହନ୍ତି। ଏଥିପାଇଁ ମୁଁ ଆପଣଙ୍କୁ କେବଳ ଏହି କଥା କହିବାକୁ ଚାହୁଁଛି ଯେ, ଯେତେବେଳେ ମୁଁ ପୋଷାକ ଓହ୍ଲାଉଛି ତ ତାଙ୍କୁ କେମିତି ଅନୁଭବ ହେଉଛି।

ମହିଳା ଜଣଙ୍କ କହିଛନ୍ତି ଯେ, ସେ ତାଙ୍କର ପୋଷାକ ଓହ୍ଲାଇ ଏହା ଦେଖାଇବାକୁ ଚାହୁଁ ଥିଲେ ଯେ, ସଦ୍ୟ ନିୟମ ଅନୁସାରେ ଝିଅମାନେ କେତେ ଅସୁରକ୍ଷିତ ଅନୁଭବ କରି ପାରନ୍ତି। ଯେମିତି ସେ ତାଙ୍କର ପୋଷାକ ଓହ୍ଲାଇବା ଆରମ୍ଭ କଲେ , ବୈଠକରେ ବିଶୃଙ୍ଖଳିତ ବାତାବରଣ ସୃଷ୍ଟି ହୋଇଥିଲା ଏବଂ ବୋର୍ଡର ସଦସ୍ୟ ବୈଠକ ସ୍ଥଗିତ କରି ଦେଲେ।