ରୋଜଗାର ଲିଙ୍କଡ ପ୍ରୋତ୍ସାହନ ଯୋଜନାରେ ବାଜିଲା କ୍ୟାବିନେଟର ମୋହର

Published By : Prameya-News7 Bureau | July 02, 2025 IST

ନୂଆଦିଲ୍ଲୀ ୨।୭: କେନ୍ଦ୍ର ମନ୍ତ୍ରିମଣ୍ଡଳ ଅନୁସନ୍ଧାନ ଓ ବିକାଶ (ଆର ଆଣ୍ଡ ଡି) ପ୍ରୋତ୍ସାହନ ନିମନ୍ତେ ୧ ଲକ୍ଷ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି। ଏହା ସହିତ ଦେଶରେ ରୋଜଗାରକୁ ପ୍ରୋତ୍ସାହନ ଦେବା ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା, ରୋଜଗାର ଆଧାରିତ ପ୍ରୋତ୍ସାହନ (ଇଏଲଆଇ) ନିମନ୍ତେ ୧.୦୭ଲକ୍ଷ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି। ଏହା ଦ୍ୱାରା ଦେଶରେ ୩୫ ନିୟୁତ ନୂଆ ରୋଜଗାର ସୃଜନ ହୋଇ ପାରିବ ଓ ନୂଆ କରି ନିଯୁକ୍ତି ପାଇଥିବା ୧୯.୨ ନିୟୁତ କର୍ମଚାରୀଙ୍କୁ ୧୫ ହଜାର ଟଙ୍କାର ପ୍ରତ୍ୟକ୍ଷ ଆର୍ଥିକ ଲାଭ ପ୍ରଦାନ କରିବ।   

ଇଏଲଆଇ ଯୋଜନା କ’ଣ?
ରୋଜଗାର ଆଧାରିତ ପ୍ରୋତ୍ସାହନ (ଇଏଲଆଇ) ଯୋଜନାର ଉଦ୍ଦେଶ୍ୟ ଯୁବବର୍ଗଙ୍କ ଲାଗି ରୋଜଗାର ଅବସର ବଢାଇବା ଓ ଘରୋଇ କ୍ଷେତ୍ରକୁ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ପ୍ରୋତ୍ସାହିତ କରିବା। ଏହି ଯୋଜନା ନେଇ ସରକାର ୨୦୨୪-୨୫ ବଜେଟରେ ଘୋଷଣା କରିଥିଲେ। ଏହାକୁ ୫ ବର୍ଷରେ ମୋଟ ୨ଲକ୍ଷ କୋଟି ଟଙ୍କାର ବଜେଟ ସହିତ ଲାଗୁ କରାଯିବ। 

୩ ପ୍ରମୁଖ ଯୋଜନା କ’ଣ?
ଏହି ଯୋଜନା ଅନୁସାରେ ୩ ପ୍ରମୁଖ ଯୋଜନା ପ୍ଲାନ-ଏ, ବି ଓ ସି ରହିଛି, ଯେଉଁଥି ଲାଗି ୧.୦୭ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଏହି ସବୁ ଯୋଜନା ମାଧ୍ୟମରେ ପାଖାପାଖି ୩.୧ କୋଟି ନୂଆ ରୋଜଗାର ସୃଷ୍ଟି କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଏହା ଛଡା ୬୩,୦୦୦ କୋଟି ଟଙ୍କା ଯୁବବର୍ଗଙ୍କୁ ଦକ୍ଷତା ପ୍ରଶିକ୍ଷଣ (ସ୍କିଲ ଟ୍ରେନିଂ) ଦେବା ପାଇଁ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମରେ ବ୍ୟୟ କରାଯିବ। ଏହା ଛଡା ଔଦ୍ୟୋଗିକ ପ୍ରଶିକ୍ଷଣ ସଂସ୍ଥା (ଆଇଟିଆଇ) ଆଧୁନିକରଣ ଲାଗି ୩୦,୦୦୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। 

କ୍ୟାବିନେଟ୍ ମଞ୍ଜୁରୀରୁ କ’ଣ ମିଳିବ?

  • ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେକ୍ଟରରେ ବଡ଼ ଧରଣର ନିବେଶ ହେବ। ଫଳରେ ଟେକ୍ନିକାଲ ଇନୋଭେସନ ଓ ଇଣ୍ଡଷ୍ଟ୍ରି ମଧ୍ୟରେ ପ୍ରତିଯୋଗୀତା ବଢିବ।
  • ଇଏଲଆଇ ଯୋଜନାରେ ନୂଆ କର୍ମଚାରୀ ଓ କମ୍ପାନୀଙ୍କୁ ବ୍ୟବସାୟୀକ ସହାୟତା ଦିଆଯିବ, ଏଣୁ ରୋଜଗାରର ଅବସର ବଢିବ। 
  • ଯୁବ ବର୍ଗଙ୍କୁ ଦକ୍ଷତା ବିକାଶ ନିମନ୍ତେ ଉନ୍ନତ ପ୍ରଶିକ୍ଷଣ ମିଳିବ ଓ ସେମାନେ ରୋଜଗାରକ୍ଷମ ହୋଇ ପାରିବେ। 
  • ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନିଷ୍ଟେଚ୍ୟୁସନ ଓ ଆଡଭାନ୍ସମେଣ୍ଟ ଯୋଗୁ ଟେକ୍ନିକାଲ ଏଜୁକେସନରେ ସୁଧାର ଆସିବ। 

ଯୋଜନାର ମୁଖ୍ୟ ବିଶେଷତା

  • ପ୍ଲାନ ଏ-ନୂଆ କର୍ମଚାରୀଙ୍କୁ ସିଧାଶଳଖ ମାସକର ବେତନ ଲାଭ ମିଳିବ
  • ପ୍ଲାନ ବି-ମେନୁଫେକ୍ଚରିଂ ସେକ୍ଟରଙ୍କୁ ନିଯୁକ୍ତି ସୃଜନ ନିମନ୍ତେ ପ୍ରୋତ୍ସାହିତ କରିବ। 
  • ପ୍ଲାନ ସି-ସମସ୍ତ କ୍ଷେତ୍ରରେ ଅତିରିକ୍ତ ରୋଜଗାର ସୃଜନ ଲାଗି କମ୍ପାନୀଙ୍କୁ ପ୍ରୋତ୍ସାହନ ଦେବା ମଧ୍ୟ ସାମିଲ

ଅନ୍ୟ ବଡ଼ ନିଷ୍ପତ୍ତି

କ୍ୟାବିନେଟ୍ ଆର ଆଣ୍ଡ ଡି ଇନସେଣ୍ଟିଭ ବ୍ୟତୀତ ଆଉ ୩ଟି ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଏଥିରେ ୧୮୫୩କୋଟି ଟଙ୍କା ବ୍ୟୟରେ ପରମକୁଡି-ରାମନାଥପୁରମ ଜାତୀୟ ରାଜମାର୍ଗକୁ ୪ ଥାକିଆ କରିବା କାମ ମଧ୍ୟ ରହିଛି। ଏହା ଛଡା ଧନୁଷ୍କୋଡି-ରାମନାଥପୁରମ ରାଜମାର୍ଗ ନିମନ୍ତେ ଡିପିଆର ଏବେ ପ୍ରସ୍ତୁତି ସରିଛି। ସେହିପରି କ୍ୟାବିନେଟ୍ ଖେଲୋ ଭାରତ ନୀତି ୨୦୨୫ ଏବେକା ଜାତୀୟ ଖେଳ ନୀତିର ସ୍ଥାନ ନେବା ବୋଲି ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.