ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ବାଇଜୁ ଲର୍ଣ୍ଣିଂ ଆପ୍: ଆପଲ ଆପ୍‌ ଷ୍ଟୋର୍‌ରେ ଉପଲବ୍ଧ

Published By : Prameya-News7 Bureau | May 28, 2025 IST

the hindu

ନୂଆଦିଲ୍ଲୀ: ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ଏଡଟେକ୍ କମ୍ପାନୀ ବାଇଜୁସ୍ ଲର୍ଣ୍ଣିଂ ଆପ୍। ଏହାର ବିକ୍ରେତା ଆମାଜନ ୱେବ୍ ସର୍ଭିସେସ୍‌କୁ ବକେୟା ଦେଇ ନଥିବାରୁରୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆପ୍‌କୁ ହଟାଇ ଦିଆଯାଇଛି। ଆମଜନ ପକ୍ଷରୁ ପେମେଣ୍ଟ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। 

ରିପୋର୍ଟ ଅନୁସାରେ ଆମାଜନ ଗତ ବର୍ଷ ଏପ୍ରିଲ ମାସରୁ ବାଇଜୁର ବ୍ରାଣ୍ଡ ଅଧୀନରେ କାର୍ଯ୍ୟ କରୁଥିବା ଥିଙ୍କ ଆଣ୍ଡ ଲର୍ଣ୍ଣ ସହିତ ପେମେଣ୍ଟ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା ଜାରି ରଖିଛି। 

ଘଟଣା ସହ ଜଡ଼ିତ ଜଣେ ବ୍ୟକ୍ତି ପିଟିଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ଆପକୁ ସମର୍ଥନ ଯୋଗାଉଥିବା ଆମାଜନ ୱେବ୍ ସର୍ଭିସେସ୍ (AWS) କୁ ପେମେଣ୍ଟ ନ କରିବା କାରଣରୁ ବଇଜୁସ୍‌ର ଲର୍ଣ୍ଣିଂ ଆପ୍ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଛି। ବାଇଜୁର ବ୍ୟବସାୟ ଏବେ ଜଣେ ଇନସଲଭେନ୍ସି ରିଜୋଲ୍ୟୁସନ୍ ପ୍ରଫେସନାଲ୍ ଦ୍ୱାରା ପରିଚାଳିତ ହେଉଛି ଯାହାକୁ ସମସ୍ତ ପେମେଣ୍ଟ-ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ମଧ୍ୟ ପରିଚାଳନା କରିବାକୁ ପଡିବ।” ତେବେ ଅନ୍ୟ ଭେଣ୍ଡରମାନଙ୍କ ଦ୍ୱାରା ପରିଚାଳତ ହେଉଥିବା ଆପ ଏବେ ବି କାର୍ଯ୍ୟକାରୀ ରହିଛି। ବାଇଜୁର ପ୍ରିମିୟମ୍ ଲର୍ଣ୍ଣିଂ ଆପ୍ ଏବଂ ବାଇଜୁର ପରୀକ୍ଷା ପ୍ରସ୍ତୁତି ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି।

ତେବେ ଏନେଇ ଆମାଜନ ୱେବ୍ ସର୍ଭିସେସ୍ ପ୍ରବକ୍ତାଙ୍କୁ ଦ ହିନ୍ଦୁକୁ ପ୍ରତିକ୍ରିୟା ଦେଇ କହିଛନ୍ତି  “AWS ଏପ୍ରିଲ ୨୦୨୪ ଠାରୁ ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ୍ ଲିମିଟେଡ୍ ସହିତ ଏହାର ବକେୟା AWS ଆକାଉଣ୍ଟ ବାଲାନ୍ସ ସମାଧାନ କରିବା ପାଇଁ କାମ କରୁଛି। ଆମେ ଆଶାବାଦୀ ଯେ ଏହି ମାମଲା ସମାଧାନ ହୋଇପାରିବ। ତେବେ BYJU’S ଆପ୍ ସମ୍ପର୍କରେ ଅନ୍ୟ ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀଙ୍କ ଦ୍ୱାରା ନିଆଯାଇଥିବା କୌଣସି ପଦକ୍ଷେପ ଉପରେ ଆମେ ମନ୍ତବ୍ୟ ଦେଇପାରିବୁ ନାହିଁ।”

ସୂଚନା ଥାଉକି ବାଇଜୁଙ୍କ ଲର୍ଣ୍ଣିଂ ଆପରେ ୪-୧୨ ଶ୍ରେଣୀ ପାଇଁ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ଏବଂ ଜୀବବିଜ୍ଞାନ ଏବଂ ୬ଷ୍ଠ-୮ ଶ୍ରେଣୀ ପାଇଁ ସାମାଜିକ ଅଧ୍ୟୟନ ବିଷୟ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ଆପ୍ JEE, NEET, ଏବଂ IAS ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ସହାୟତା ମଧ୍ୟ ପ୍ରଦାନ କରୁଛି। ଗୁଗଲ ପ୍ଲେଷ୍ଟୋରରୁ ଆପ୍ ହଟି ଯାଇଥିଲେ ମଧ୍ୟ ଏହା ଆପଲ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.