ହୀରା ଲୁଟ୍ ଉଦ୍ଦେଶ୍ୟରେ ବ୍ୟବସାୟୀଙ୍କୁ ଗୁଳିମାଡ଼, ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

Published By : Prameya-News7 Bureau | August 06, 2025 IST

ବ୍ରହ୍ମପୁର ୬।୮: ବ୍ରହ୍ମପୁର ବଡବଜାର ଥାନା ଶାସ୍ତ୍ରୀନଗର ପଞ୍ଚମ ଲାଇନରେ ବ୍ୟବସାୟୀଙ୍କ ଉପରକୁ ଗୁଳିକାଣ୍ଡ ଘଟଣାରେ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି । ତିନୋଟି ଟିମ୍ ଗଠନ କରି ପୋଲିସ ତଦନ୍ତ କରୁଛି । 

ବିଶାଖାପାଟଣାରୁ ମଳୟ ଉପାଧ୍ୟାୟ ନାମକ ବ୍ୟବସାୟୀ ହୀରା ବିକ୍ରି କରିବାକୁ ଆସି ରୁନା ଆଚାରୀଙ୍କ ଘରେ ପହଞ୍ଚିଥିଲେ । ୨୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ସ୍ଥିର ହୋଇଥିଲା । ପରେ ହୀରାର ଅସଲି ଗୁଣବତ୍ତା ପାଇଁ ଅନ୍ୟ ଦୁଇ ଜଣଙ୍କୁ ଡାକିଥିଲେ ବ୍ୟବସାୟୀ ମଳୟ । ପରେ ଆସିଥିବା ଦୁଇ ଜଣ ହୀରାକୁ ଲୁଟ୍ କରିବା ଉଦ୍ଦେଶ୍ୟରେ ରୁନା ଆଚାରୀଙ୍କ ସହ ପାଟିତୁଣ୍ଡ ହୋଇଥିଲା । ପରବର୍ତ୍ତୀ ସମୟରେ ଆସିଥିବା ଦୁଇ ଜଣ ଉତ୍ୟକ୍ତ ହୋଇ ବ୍ୟବସାୟୀ ରୁନା ଆଚାରୀଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲେ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌ପି ସର୍ବଣ ବିବେକ ଏମ୍ ।

You Can Read:

ଟ୍ରେଲର ଚକା ତଳେ ପଶିଗଲା ବାଇକ୍ : ଦୁଇ ମୃତ, ଜଣେ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.