LIVE TV

ବିହାର ବିଧାନସଭା ନିର୍ବାଚନ: ଗାଁ ଲୋକଙ୍କୁ ଘଉଡେଇ ଦେଇଥିଲେ ମନ୍ତ୍ରୀଙ୍କ ବଡିଗାର୍ଡ, ଏବେ ବିଧାୟଙ୍କୁ ଗାଁରୁ ତଡିଦେଲେ ଲୋକେ

NEWS7
business-delegation-news

ବୈଶାଳୀ ୨୯।୧୦: ଦୟାଲପୁର ପଞ୍ଚାୟତରେ ବିଜେପି ବିଧାୟକ ଅବଧେଶ ସିଂହଙ୍କୁ ଭୋଟ ଭିକ୍ଷା କାଳରେ ଗାଁ ଲୋକଙ୍କ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ସ୍ଥାନୀୟ ଲୋକେ ତାଙ୍କୁ ଘେରି ଯାଇଥିଲେ ଓ ତାଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ। ୧୦ ବର୍ଷରେ ମନ୍ତ୍ରୀ ପ୍ରଥମ ଥର ଭୋଟ ମାଗିବାକୁ କୁ ଆସିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ସେମାନେ ଏହା ମଧ୍ୟ କହିଛନ୍ତି ଯେ ମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବା ବେଳେ ତାଙ୍କ ବଡିଗାର୍ଡ ସେମାନଙ୍କୁ ତଡି ଦେଇଥିଲା। ଏଥିରେ ଲୋକେ ପ୍ରଶ୍ନ କରିଛନ୍ତି ଯେ ଯଦି ବିଧାୟକଙ୍କୁ ଭେଟିବାକୁ ଭୋଟରଙ୍କୁ ଆପଏଣ୍ଟମେଣ୍ଟ ନେବାକୁ ପଡେ ଏପରି ବିଧାୟକଙ୍କୁ ଭୋଟ ଦେଇ ଲାଭ କ’ଣ?  

ବିଧାୟକ ଗାଁକୁ ଆସିଥିବା ବେଳେ ଗ୍ରାମବାସୀ ତାଙ୍କୁ ୧୦ ବର୍ଷ କାମର ହିସାବ ମାଗିଥିଲେ। ଗାଁ ଲୋକେ ବିକାଶ କାର୍ଯ୍ୟ ଖାସ କରି ନିମ୍ନ ମାନର ସଡ଼କ ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ମନ୍ତ୍ରୀ ସଡ଼କ ନ ଥାଇ ମଧ୍ୟ ରାସ୍ତାର ଉଦଘାଟନ କରିଥିବାର ଲୋକେ ଅଭିଯୋଗ କରିଥିଲେ। କହିଥିଲେ ଗତ ୩୦ ବର୍ଷରେ ସେମାନଙ୍କ ଅଞ୍ଚଳରେ ଗୋଟେ ବି ନୂଆ ସଡ଼କ ନିର୍ମିତ ହୋଇ ନାହିଁ। ତେବେ ବିବାଦ ବଢିବାରୁ ଅବଧେଶ ସିଂହ ଲୋକଙ୍କୁ ସରକାରୀ ସିଷ୍ଟମ ନେଇ ବୁଝେଇବାକୁ ଚେଷ୍ଟା କରିଥିଲେ।

ବିକାଶ କଥା ଉଠିବାରୁ ମନ୍ତ୍ରୀ ଗ୍ରାମୀଣଙ୍କୁ ବଡ଼ ଭାଇ, ସାନ ଭାଇର ଉଦାହରଣ ଦେଇଥିଲେ। ଫଳରେ ବିରୋଧ ଆହୁତି ତୀବ୍ର ହୋଇଥିଲା। ଏଣୁ ବିଧାୟକଙ୍କ କର୍ମୀମାନେ ଭାରତ ମାତାକୀ ଜୟ ଓ ଜୟ ଶ୍ରୀରାମ ଧୋନୀ ଦେଇ ଘଟଣାସ୍ଥଳରୁ ପଳାଇ ଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଜନପ୍ରତିନିଧିଙ୍କୁ ନେଇ ଲୋକଙ୍କ ଗଭୀର ଅସନ୍ତୋଷକୁ ଉଜାଗର କରିଛି। ଅଞ୍ଚଳରେ ବିକାଶ କାର୍ଯ୍ୟ ଆଦୌ ହୋଇନଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହେଲେ ବିକାଶ ନାମରେ ବିଧାୟକ ପାଣ୍ଠି ନେଇଯାଇଛନ୍ତି।