BSNLର ଭଲ ଦିନ ଆରମ୍ଭ ! ୧୭ ବର୍ଷ ପରେ ଲାଭ କଲା କମ୍ପାନି

Published By : Prameya-News7 Bureau | February 15, 2025 IST

ନୂଆଦିଲ୍ଲୀ: ସରକାରୀ ଦୂରସଂଚାର କମ୍ପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସଏନଏଲ୍)ର ଭଲ ଦିନ ଆରମ୍ଭ ହୋଇଛି । କହିବାକୁ ଗଲେ ବିଏସ୍‌ଏନ୍‌ଏଲ୍ ୧୭ ବର୍ଷ ପରେ କମବ୍ୟାକ୍ କରିଛି । ଦୀର୍ଘ ବର୍ଷ ଯାଏ ବିଏସ୍‌ଏନ୍‌ଏଲ୍‌ ଲଗାତାର କ୍ଷତିରେ ଚାଲିଥିଲା ବେଳେ ସକକାର ଏହାକୁ ଜୀବିତ ରଖିବା ପାଇଁ ପ୍ୟାକେଜ୍ ଦେଉଥିଲେ । କିନ୍ତୁ ଏହା ପ୍ରଥମ ଥର ଯେତେବେଳେ ବିଏସ୍‌ଏନ୍‌ଏଲ୍‌କୁ ଲାଭ ହୋଇଛି । ତେବେ ଏହି ଲାଭ ପଛରେ କାରଣ ହେଉଛି ମୋବିଲିଟି, ବ୍ରଡ୍‌ବ୍ୟାଣ୍ଡ ଏବଂ ୱାୟରଲାଇନ୍ ସର୍ଭିସ୍ ।

ବିଏସ୍‌ଏନ୍‌ଏଲ୍‌କୁ ଆର୍ଥିକ ବର୍ଷ ୨୦୨୪-୨୫ର ତୃତୀୟ ତ୍ରୈମାସରେ ୨୬୨ କୋଟି ଟଙ୍କା ଲାଭ ହୋଇଛି । କମ୍ପାନି ୨୦୦୭ ପରେ ପ୍ରଥମ ଥର ଲାଭ ଦେଖିଛି । ବିଏସ୍‌ଏନ୍‌ଏଲ୍‌ ଲଗାତାର ନେଟୱାର୍କ ସର୍ଭିସକୁ ବ୍ୟାପକ କରିଛି । ଏହାସହ ନିଜର ସମସ୍ତ ସେବାକୁ ବି ଅପ୍‌ଗ୍ରେଡ୍ କରିଛି । ଅନୁମାନ କରାଯାଉଛି ଯେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନିର ରାଜସ୍ୱ ବୃଦ୍ଧିରେ ୨୦ ପ୍ରତିଶତ ବୃଦ୍ଧି ହୋଇପାରେ । ବିଏସ୍‌ଏନ୍‌ଏଲ୍‌କୁ ଆର୍ଥିକ ବର୍ଷ ୨୦୨୪ ଡିସେମ୍ୱର ତ୍ରୈମାସରେ ୧୫୬୯.୨୨ କୋଟି ଟଙ୍କା କ୍ଷତି ହୋଇଥିଲା ।

ପଢନ୍ତୁ: ଫେବ୍ରୁଆରୀ ୧୯ ତାରିଖରେ ଲଞ୍ଚ ହେବ iPhone SE 4 ! ଆପଲ ସିଇଓଙ୍କ ଟ୍ୱିଟ୍‌ ପରେ ଚର୍ଚ୍ଚା

ବିଏସ୍‌ଏନ୍‌ଏଲ୍‌ ମୋବିଲିଟି ସର୍ଭିସର ରାଜସ୍ୱରେ ୧୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ସେହିପରି ଫାଇବର୍ ଟୁ ହୋମ୍ ସର୍ଭିସରେ ୧୮ ପ୍ରତିଶତ ଏବଂ ୱାୟରଲାଇନ୍ ସର୍ଭିସରେ ବାର୍ଷିକ ଆଧାରରେ ୧୪ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି । ଆର୍ଥିକ ବର୍ଷ ୨୦୨୫ ଡିସେମ୍ୱର ତ୍ରୈମାସରେ 4G ନେଟ୍‌ୱାର୍କ ରୋଲ୍‌ଆଉଟ୍ କାମ କରାଯାଉଛି । ଏହାସହ କମ୍ପାନି 5G ନେଟ୍‌ୱାର୍କ ମଧ୍ୟ ଲଞ୍ଚ୍ କରିବାକୁ ପ୍ରସ୍ତୁତି କରୁଛି । ଚଳିତ ବର୍ଷ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍-ଇଣ୍ଡିଆ ପକ୍ଷରୁ ଟାରିଫ୍ ପ୍ଲାନ୍ ବୃଦ୍ଧି କରାଯାଇଛି, ଏହି କାରଣରୁ ୟୁଜର୍ସ ବିଏସ୍‌ଏନ୍‌ଏଲ୍‌ ଆଡ଼କୁ ଢଳୁଛନ୍ତି । ଯେଉଁଥି ପାଇଁ ବିଏସ୍‌ଏନ୍‌ଏଲ୍‌କୁ ଲାଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.