କାମାକ୍ଷାନଗର ୧୨।୮: ସର୍ଭିସ୍ ବନ୍ଧୁକରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ଓଡ଼ିଆ BSF ଯବାନ । ସାନ ଭାଇ ପାଇଁ ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତ ଯବାନ ଜଣଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମାଳପୁରା ଗ୍ରାମର ସୁରେଶ ବିଶ୍ୱାଳ । ଜାମ୍ମୁକାଶ୍ମୀରରେ BSF ଯବାନ ଭାବେ କାର୍ଯ୍ୟରତ ଥିବା ବେଳେ ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତେବେ ମୃତ୍ୟୁ ପୂର୍ବରୁ ସେ ମା’ଙ୍କୁ ଆତ୍ମହତ୍ୟା କରିବେ ବୋଲି ମେସେଜ କରିଥିଲେ । ତାଙ୍କ ମୃତ୍ୟୁ ପାଇଁ ସାନ ଭାଇ ସୁନୀଲ ଏବଂ ଶ୍ବଶୁର ଘର ଲୋକେ ସମ୍ପୃକ୍ତ ଥିବା ସେ ମେସେଜରେ ଲେଖିଥିଲେ ।
ସୁରେଶଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ସାନ ପୁଅ ସୁନୀଲଙ୍କର ବଡ଼ ବୋହୂ ସହିତ ସମ୍ପର୍କ ରଖିଥିଲେ । ସେ ଏହାକୁ ବାରମ୍ବାର ବାରଣ କରୁଥିଲେ । ମାତ୍ର ସେମାନଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ବଢିବାକୁ ଲାଗିଥିଲା । ଏପରିକି ୩ ବର୍ଷ ତଳେ ସାନ ପୁଅ ସୁନୀଲ ମଧ୍ୟ ବିବାହ କରିଥିଲେ । କିନ୍ତୁ ବଡ଼ ବୋହୂଙ୍କ ସହିତ ତାଙ୍କର ସମ୍ପର୍କ ରହିଥିଲା । ଏ ନେଇ ଓଡ଼ିଆ ଯବାନ ସୁରେଶ ସର୍ବଦା ମାନସିକ ଚାପରେ ରହି ଆସୁଥିଲେ । ତାଙ୍କର ୭ ବର୍ଷର କୁନି ଝିଅ ରହିଛି । ସେ ୧୫ ବର୍ଷ ଧରି BSF ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ଛୁଟିରେ ଆସି ଗତ ୧୦ ଦିନ ତଳେ ଘରୁ ଜାମ୍ମୁ କାଶ୍ମୀରକୁ ଫେରିଥିଲେ । BSF ସେଣ୍ଟରରୁ ମୃତ୍ୟୁ ଖବର ଆସିବା ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ସେପଟେ ତାଙ୍କ ମୃତଦେହ ସ୍ୱତନ୍ତ୍ର ବିମାନ ଯୋଗେ ଆସି ପୈତୃକ ଗାଁରେ ପହଞ୍ଚିବ ବୋଲି ସୂଚନା ରହିଛି ।
You Can Read:
ରାହୁଲ ଗାନ୍ଧୀଙ୍କ ପରେ ଓଡ଼ିଶାରେ ଭୋଟ୍ ଚୋରି ହୋଇଥିବା ଅଭିଯୋଗ ଆଣିଲେ ସୋଫିଆ ଫିର୍ଦ୍ଦୋସ