ନୂଆଦିଲ୍ଲୀ : ସୀମା ସୁରକ୍ଷା ବାହିନୀ (ବିଏସଏଫ୍) ' ଅପରେସନ ସିନ୍ଦୂର' ବେଳେ ସୀମାପାର ପାକିସ୍ତାନୀ ପୋଷ୍ଟ ଗୁଡ଼ିକୁ ଧ୍ୱଂସ କରିବା ପାଇଁ କେଉଁ ଘାତକ ଅସ୍ତ୍ର ଗୁଡ଼ିକର ବ୍ୟବହାର କରି ଥିଲା, ମଙ୍ଗଳବାର ତାହାକୁ ପ୍ରଦର୍ଶନ କରିଛି। ବିଏସଏଫ୍ ଏହି ଅପରେସନରେ ବିନାଶକାରୀ ଆଣ୍ଟି –ମଟେରିଆଲ ରାଇଫଲ, ଅଟୋମେଟିକ୍ ଗ୍ରେନେଡ୍ ଲଞ୍ଚର ସିଷ୍ଟମ, ୧୨.୭ ମିମି ଆଣ୍ଟି-ଏୟାରକ୍ରାଫ୍ଟ ଗନ୍ ଓ ମିଡ଼ିୟମ ମେସିନ ଗନ ଭଳି ଅସ୍ତ୍ର ବ୍ୟବହାର କରିଛନ୍ତ। ବିଏସଏଫ୍ର ଜଣେ ଯବାନ କହିଛନ୍ତି, ଏହା ବିଧ୍ୱଂସକ ଆଣ୍ଟି-ମଟେରିଆଲ ରାଇଫଲ , ଯାହାର ଆକ୍ରମଣାତ୍ମକ କ୍ଷମତା ୧୩୦୦ରୁ ୧୮୦୦ ମିଟର ଯାଏ ରହିଛି। ଅପରେସନ ସିନ୍ଦୂର ବେଳେ ଏହି ଅସ୍ତ୍ର ଶତ୍ରୁର ଟାୱର ଓ ବଙ୍କର ଗୁଡ଼ିକୁ ନଷ୍ଟ କରି ଦେଇଛି।
ବିଏସଏଫ୍ ଅଟୋମେଟିକ୍ ଗ୍ରେନେଡ୍ ଲଞ୍ଚର ସିଷ୍ଟମର ମଧ୍ୟ ପ୍ରଦର୍ଶନ କରିଛି। ଜଣେ ଯବାନ କହିଛନ୍ତି , ଏହି ସିଷ୍ଟମ ଅପରେସନ ସିନ୍ଦୂରରେ ବହୁତ ପ୍ରଭାବୀ ସାବ୍ୟସ୍ତ ହୋଇଛି। ଏହା ପାକିସ୍ତାନୀ ପୋଷ୍ଟ , ଠିକଣା ଓ ତାଙ୍କର ବୁଲେଟପ୍ରୁଫ୍ ଗାଡ଼ିକୁ ନଷ୍ଟ କରି ଦେଇଥିଲା। ଏହାର ରେଞ୍ଚ ୧୭୦୦-୨୧୦୦ ମିଟର ଏବଂ ଏହାର ଗ୍ରେନେଡ୍ ୧୦ ମିଟରର କ୍ଷେତ୍ରରେ ଘାତକ ପ୍ରଭାବ ପକାଇ ଥାଏ। ବିଏସଏଫ୍ ୧୨.୭ ମିମି ଆଣ୍ଟି – ଏୟାରକ୍ରାଫ୍ଟ ଗନ୍ର ବ୍ୟବହାର ପାକିସ୍ତାନ ପକ୍ଷରୁ ଆସୁଥିବା ଡ୍ରୋନ୍ ଗୁଡ଼ିକୁ ମାରି ଖସାଇବା ପାଇଁ କରି ଥିଲା। ଜଣେ ଯବାନ କହିଛନ୍ତି , ଏହି ଗନ୍ ଶତ୍ରୁର ଟ୍ୟାଙ୍କ୍ , କ୍ୟାମ୍ପ ଓ ଡ୍ରୋନ୍କୁ ନଷ୍ଟ କରିଛି। ଅପରେସନ ସିନ୍ଦୂରରେ ଆମେ ଶତ୍ରୁର ପୋଷ୍ଟ ଗୁଡ଼ିକୁ ଧ୍ୱଂସ କରି ତାଙ୍କର ସୀମା ପୋଷ୍ଟ ଗୁଡ଼ିକୁ ଖାଲି କରିବାକୁ ବାଧ୍ୟ କରି ଦେଇ ଥିଲୁ।
ମିଡ଼ିୟମ ମେସିନ ଗନ୍ ମଧ୍ୟ ପାକିସ୍ତାନୀ ବଙ୍କର ଗୁଡ଼ିକୁ ଧ୍ୱଂସ ବିଧ୍ୱଂସ କରି ଦେଇ ଥିଲା। ଜଣେ ଯବାନ କହିଛନ୍ତି, ଏହି ଗନ୍ରେ ଆମେ ପାକିସ୍ତାନୀ ପୋଷ୍ଟ ଓ ଡ୍ରୋନ୍ ଗୁଡ଼ିକୁ ନଷ୍ଟ କରି ଦେଇଥିଲୁ। ଏହା ପ୍ରତି ମିନିଟ୍ରେ ୬୦୦-୧୦୦୦ ରାଉଣ୍ଡ ଫାୟର କରି ପାରେ। ଏହିପରି ଅପରେସନ ସିନ୍ଦୂରରେ ବିଏସଏଫ୍ ନିଜର ରଣନୀତି , ଅସ୍ତ୍ରଶସ୍ତ୍ରର ଶକ୍ତି ଓ ଯବାନଙ୍କ ଯୋଶ୍ର ଦମରେ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା।