ବ୍ରାଜିଲ: ମଝି ଆକାଶରେ ଜଳିଗଲା ହଟ୍ ଏୟାର ବେଲୁନ, ୮ ମୃତ

Published By : Prameya-News7 Bureau | June 21, 2025 IST

ସାନ୍ତା କ୍ୟାଟରିନା ୨୧।୬: ବ୍ରାଜିଲରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ହଟ୍ ଏୟାର ବେଲୁନରେ ସେତେବେଳେ ନିଆଁ ଲାଗିଯାଇଥିଲା ଯେତେବେଳେ ଏହା ମଝି ଆକାଶରେ ଉଡୁଥିଲା। ଦୁର୍ଘଟଣା କାଳରେ ବେଲୁନରେ ଅନେକ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଛି। ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଭିଡିଓରେ ହଟ ଏୟାର ବେଲୁନ ଆକାଶରୁ ତୀବ୍ର ଗତିରେ ତଳକୁ ଖସୁଥିବା ଦେଖାଯାଇଛି। 

ରିପୋର୍ଟ ଅନୁସାରେ ଦକ୍ଷିଣ ବ୍ରାଜିଲ ରାଜ୍ୟ ସାନ୍ତାକ୍ୟାଟିରନାରେ ଶନିବାର ଏହି ଦୁର୍ଘଟଣା ଘଟିଛି।  ସ୍ଥାନୀୟ ଗଣମାଧ୍ୟମ ଆଉଟଲେଟ୍ ଜି-୧ ଦ୍ୱାରା ସେୟାର କରାଯାଇଥିବା ଫୁଟେଜରେ ବେଲୁନଟି ନିଆଁରେ ଘେରି ଯାଇଥିବା ଓ ଧୂଆଁରେ ପୂର୍ଣ୍ଣ ହୋଇଥିବା ଦେଖାଯାଉଛି। ଶାନ୍ତା କ୍ୟାଟରିନା ସୈନ୍ୟ ଅଗ୍ନିସମ ବିଭାଗ ସୂତ୍ର ଅନୁସାରେ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ତେବେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଦୁର୍ଘଟଣାଗ୍ରସ୍ତ ବେଲୁନରେ ପାଇଲଟଙ୍କ ସମେତ ମୋଟ ୨୧ ଜଣ ଯାତ୍ରା କରୁଥିଲେ। ତେବେ ବ୍ରାଜିଲରେ ହଟ ଏୟାର ବେଲୁନ ଦୁର୍ଘଟଣା କିଛି ନୂଆ କଥା ନୁହେଁ। ଗତ ରବିବାର ସାଓପାଓଲୋ ରାଜ୍ୟରେ ଏକ ହଟ ଏୟାର ବେଲୁନ ଖସି ପଡିଥିଲା। ଏହି ଦୁର୍ଘଟଣାରେ ଜଣେ ୨୭ ବର୍ଷ ବୟଷ୍କା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବେଲୁନରେ ଯାତ୍ରା କରୁଥିବା ଅନ୍ୟ ୧୧ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.