ଗଞ୍ଜାମ : ଆଲକଏଦା ଆତଙ୍କବାଦି କବଳରେ ଓଡ଼ିଆ ପୁଅ l ଗତ ଜୁଲାଇ ୧ତାରିଖରେ ପଶ୍ଚିମ ଆଫ୍ରିକାର ସିମେଣ୍ଟ ଫ୍ୟାକ୍ଟ୍ରି ଉପରେ ଆତଙ୍କବାଦି ଆକ୍ରମଣ କରିବା ସହ 3ଭାରତୀୟଙ୍କୁ ଅପହରଣ କରିଥିଲେl ଅପହୃତ ତିନି ଭାରତୀୟଙ୍କ ଭିତରେ ରହିଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମର ଝୋଳ ଅଞ୍ଚଳର ପି.ଭେଙ୍କଟ ରମଣ l ପରିବାର ପକ୍ଷରୁ ଏନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି l ତେବେ ପୁଅଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଗତ କାଲି ସରକାରଙ୍କ ପାଖରେ ଗୁହାରି କରିଥିଲେ ପରିବାର ଲୋକେ l ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ପରିବାରଙ୍କ ସହ ଫୋନ୍ କଲ ଜରିଆରେ ଆଲୋଚନା କରିଥିବା ବେଳେ ହିଞ୍ଜିଳି ତହସିଲଦାର ପରିବାର ପାଖରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରି ସାନ୍ତ୍ୱାନା ଦେଇଛନ୍ତି l
ଅନ୍ୟପଟେ ପୁଅ କିଭଳି ଘରକୁ ସୁରକ୍ଷିତ ଫେରିବ ସେ ସନେଇ ଘରେ ପୂଜାର୍ଚ୍ଚନା ଚାଲିଛିl ମା’ କାଳୀଙ୍କ ମନ୍ଦିର ସହ ଘର ଇଷ୍ଟଦେବାଦେବୀଙ୍କ ପାଖରେ ଅଖଣ୍ଡ ଦୀପ ଜାଳିଛନ୍ତି ଭେଙ୍କଟ ରମଣଙ୍କ ମାଆ l ଅପରପକ୍ଷରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଘଟଣାକୁ ଗୁରୁତର ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇ-ମେଲ୍ ମାଧ୍ୟମରେ ଏକ ଚିଠି ଲେଖିଛନ୍ତି l ଚିଠିରେ ପି.ଭେଙ୍କଟ ରମଣଙ୍କୁ ଆତଙ୍କବାଦୀମାନେ ଅପହରଣ କରିଥିବା ବଦଳରେ ୧୯ କୋଟି ଟଙ୍କା ଦାବି ରଖିଥିବା ଦର୍ଶାଇଛନ୍ତି l ଘଟଣାଙ୍କୁ ଗୁରୁତର ସହ ନେଇ ଏହାର ତୁରନ୍ତ ପଦେକ୍ଷପ ଗ୍ରହଣ କରି ଭେଙ୍କଟ ରମଣଙ୍କୁ କିଭଳି ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର ହୋଇ ତାଙ୍କ ପରିବାର ପାଖରେ ପହଞ୍ଚିବେ ସେ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି l