ପ୍ରେମିକା ଘର ଦୁଆରମୁହଁରୁ ମିଳିଲା ପ୍ରେମିକର ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

NEWS7
border-forces-detain-pakistani-ranger-in-rajasthan-sources-say

ସୁନ୍ଦରଗଡ ୧୫।୧: ସୁନ୍ଦରଗଡ଼ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲିରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ରାଜଗାଙ୍ଗପୁର ରାଣୀବନ୍ଦ ଅଞ୍ଚଳର ବିକାଶ ମହ।ନନ୍ଦିଆ ବୋଲି ଜଣାପଡିଛି ।

ବିକାଶ ଜାମପାଲି ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ହେଲେ ଗୁରୁବାର ଯୁବତୀଙ୍କ ଘର ସମ୍ମୁଖରେ ରହିଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ସେପଟେ କିନ୍ତୁ ପରିବାର ଲୋକ ଅଭିଯୋଗ କରିଛନ୍ତି ହତ୍ୟା କରାଯାଇଥିବା ନେଇ ସନ୍ଦେହ ପ୍ରକାଶ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।