ସମୁ୍ଦ୍ର ସୀମା ଉଲ୍ଲଂଘନ ଅଭିଯୋଗରେ ୧୧ ପାକିସ୍ତାନୀ ମତ୍ସ୍ୟଜୀବୀ ଗିରଫ, ଡଙ୍ଗା ଜବତ

NEWS7
bomb-blast-in-moscow-kills-pro-russia-paramilitary-leader

କଚ୍ଛ ୧୧।୧୨: ଇଣ୍ଡିଆନ କୋଷ୍ଟ ଗାର୍ଡ ଗୁରୁବାର ପାକିସ୍ତାନୀ ଡଙ୍ଗା ସହିତ ୧୧ ଜଣଙ୍କୁ ଗିରଫ କରିଛି। ଗିରଫ ଲୋକେ ପାକିସ୍ତାନୀ ମତ୍ସ୍ୟଜୀବୀ ବୋଲି ପ୍ରାଥମିକ ଯାଞ୍ଚରୁ ଜଣାପଡିଛି। ଏମାନେ ପାକିସ୍ତାନୀ ଜଳସୀମା ପାର କରି ଭାରତୀୟ ଜଳକୁ ମାଛ ଧରିବାକୁ ପଶି ଆସିଥିଲେ। ଏବେ କଚ୍ଛ ସ୍ଥାନୀୟ ପୋଲିସ ଗିରଫ ମତ୍ସ୍ୟଜୀବୀଙ୍କୁ ପଚରା ଉଚରା କରିବ। ନୌସେନା ମତ୍ସ୍ୟଜୀବୀଙ୍କୁ ଭାରତୀୟ ଜଳ ସୀମାରେ ଗିରଫ କରିବା ପୂର୍ବରୁ ସେମାନଙ୍କ ତଲାସୀ ନେଇଥିଲା। ସେମାନଙ୍କ ନିକଟରୁ ସେପରି କୌଣସି ସନ୍ଦିଗ୍ଧ ଜିନିଷ ମିଳି ନାହିଁ।

ନୌସେନା ସେମାନଙ୍କୁ କଚ୍ଛ ଜାଖାଉ ସାମୁଦ୍ର କ୍ଷେତ୍ରରୁ ଧରିଛି। ଏମାନେ ବିନା ଅନୁମତିରେ ଭାରତୀୟ ସୀମାକୁ ପଶି ଆସିଥିଲେ। ଭାରତୀୟ ତଟରକ୍ଷୀ ଗୁରୁବାର କଚ୍ଛର ଜଖାଉରେ ‘ଅଲ ବଲି’ନାମରେ ଏକ ଡଙ୍ଗାକୁ ଦେଖିଥିଲା। ଏହି ଡଙ୍ଗାରେ ୧୧ ଜଣ ପାକିସ୍ତାନୀ ମତ୍ସ୍ୟଜୀବୀ ଥିଲେ। ବିନା ଅନୁମତିରେ ଭାରତୀୟ ଜଳ ସୀମାରେ ପଶି ମାଛ ଧରିବା ମାମଲାରେ କୋଷ୍ଟଗାର୍ଡ ସମସ୍ତ ୧୧ ଜଣ ମତ୍ସ୍ୟଜୀବୀ ଧରିଛି। ଗିରଫ ମତ୍ସ୍ୟଜୀବୀଙ୍କୁ ସେମାନଙ୍କ ଡଙ୍ଗା ସହିତ ଜଖାଉ ବନ୍ଦରକୁ ଅଣାଯାଇଛି। ଡଙ୍ଗାର ତଲାସୀ ଓ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ପଚରା ଉଚରା ଜାରି ରହିଛି।

ଏହା ପୂର୍ବରୁ ୨୦୦୮ ମସିହାରେ ମୁମ୍ବାଇ ଆକ୍ରମଣକାରୀ ଏହିପରି ଭାରତୀୟ ଜଳ ସୀମାରେ ପ୍ରବେଶ କରି ଭାରତ ଆସିଥିଲେ। ଏଣୁ ଭାରତୀୟ ଜଳ ସୀମାକୁ ପାକିସ୍ତାନ ପଟରୁ କୌଣସି ଡଙ୍ଗା କି ଜାହାଜ ପଶିଲେ କୋଷ୍ଟ ଗାର୍ଡ ସଜାଗ ରହିଛି। ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ସୀମା ସୁରକ୍ଷା ବଳ ଗୁଜରାଟ କଚ୍ଛ ଜିଲ୍ଲାର ଭାରତ-ପାକିସ୍ତାନ ବର୍ଡର ନିକଟରେ ଥିବା କୋରିକ୍ରିକ ଅଞ୍ଚଳରୁ ୧୫ ଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗରିଫ କରିଥିଲା। ସେତେବେଳେ ସେମାନଙ୍କ ଠାରୁ ଏକ ଦେଶୀ ଡଙ୍ଗା ଜବତ ହୋଇଥିଲା।