LIVE TV
LIVE TV

ଆୟ ବୃଦ୍ଧି ପାଇଁ ନୂତନ ଉତ୍ସ ମିଳିବାର ସମ୍ଭାବନା ଅଛି, ପରିବାରରେ ଶାନ୍ତି ବଜାୟ ରହିବ

NEWS7
boma-mada-in-ganjam-digapandi

ମେଷ - ଆସନ୍ତାକାଲି ଦିନଟିରେ ଆପଣଙ୍କ ମନରେ ସାହସ ଓ ପରାକ୍ରମ ଭରି ରହିବ। କର୍ମକ୍ଷେତ୍ରରେ ଆପଣଙ୍କ ନିଷ୍ପତ୍ତିଗୁଡ଼ିକ ସଠିକ୍ ପ୍ରମାଣିତ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ପ୍ରବଳ ଯୋଗ ରହିଛି। ପରିବାରରେ ଖୁସିର ବାତାବରଣ ଦେଖାଦେବ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଶୁଭ ଅଟେ।

ବୃଷ - ଗୁରୁବାର ଆପଣଙ୍କୁ ଆର୍ଥିକ ଦିଗରେ ବେଶ୍ ଲାଭବାନ ହେବାର ସୁଯୋଗ ମିଳିବ। ସଞ୍ଚୟ କରିବାରେ ଆପଣ ସଫଳ ହେବେ। ପାରିବାରିକ ସମସ୍ୟାର ସମାଧାନ ହେବ। ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ। ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିଲେ ସମସ୍ତ ବିବାଦ ଦୂର ହେବ।

ମିଥୁନ - ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ରହିବ ଏବଂ ଆପଣ ଉତ୍ସାହର ସହ କାର୍ଯ୍ୟ କରିବେ। କୌଣସି ଦୂର ସ୍ଥାନରୁ ଶୁଭ ସମ୍ବାଦ ମିଳିପାରେ। ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ବ୍ୟବସାୟରେ ଅଗ୍ରଗତି ହେବାର ଯୋଗ ରହିଛି। ସ୍ୱାସ୍ଥ୍ୟ ସାମାନ୍ୟ ଭଲ ରହିବ।

କର୍କଟ - ମାନସିକ ଶାନ୍ତି ବଜାୟ ରଖିବା ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଅଯଥା ଚିନ୍ତା ଏବଂ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। କର୍ମକ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ। ଗୁରୁଜନମାନଙ୍କର ଆଶୀର୍ବାଦ ମିଳିବ।

ସିଂହ – ଆସନ୍ତାକାଲି ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ ଏବଂ ଲୋକେ ଆପଣଙ୍କର ପ୍ରଶଂସା କରିବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀମାନଙ୍କର ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆର୍ଥିକ ଦିଗରୁ ଦିନଟି ଅନୁକୂଳ ଅଟେ। ନୂତନ ବ୍ୟକ୍ତିଙ୍କ ସହିତ ସମ୍ପର୍କ ସ୍ଥାପନ ହୋଇପାରେ।

କନ୍ୟା - କର୍ମକ୍ଷେତ୍ରରେ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପାଦିତ ହେବ। ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ, କିନ୍ତୁ ଏହାର ଫଳ ମିଳିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଶତ୍ରୁମାନଙ୍କୁ ପରାସ୍ତ କରିବାରେ ସଫଳ ହେବେ।

ତୁଳା - ଆଜି ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ବ୍ୟବସାୟରେ ନୂତନ ଚୁକ୍ତି ସ୍ୱାକ୍ଷର ହେବାର ସମ୍ଭାବନା ଅଛି। ଆର୍ଥିକ ସ୍ଥିତି ମଜବୁତ ରହିବ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଭଲ ଫଳ ପାଇବେ। ମନ ଆଜି ଶାନ୍ତି ଓ ଆନନ୍ଦରେ ଭରି ରହିବ।

ବିଛା - ଆସନ୍ତକାଲି ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ଅଯଥା ଚିନ୍ତାକୁ ନିୟନ୍ତ୍ରଣ କରିବା ଜରୁରୀ। କୌଣସି ଗୁପ୍ତ ସମସ୍ୟାର ସମାଧାନ ହେବାର ଯୋଗ ରହିଛି। ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ। ପରିବାରର ସଦସ୍ୟଙ୍କ ସହଯୋଗ ଆପଣଙ୍କୁ ମିଳିବ।

ଧନୁ - ଭାଗ୍ୟର ସହଯୋଗ ମିଳିବ ଏବଂ ଆପଣଙ୍କର ସମସ୍ତ କାର୍ଯ୍ୟ ସହଜରେ ହେବ। ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଧର୍ମ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ। ଆର୍ଥିକ ଦିଗରୁ ଦିନଟି ଶୁଭ ଅଟେ। ଦୂର ଯାତ୍ରା କରିବାର ଯୋଗ ରହିଛି, ଯାହା ଲାଭଦାୟକ ହେବ।

ମକର - କର୍ମକ୍ଷେତ୍ରରେ ଗୁରୁବାର ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ଆପଣଙ୍କର କାର୍ଯ୍ୟଦକ୍ଷତା ଯୋଗୁଁ ଉପରିସ୍ଥ କର୍ମଚାରୀମାନେ ପ୍ରଶଂସା କରିବେ। ଆର୍ଥିକ ସ୍ଥିତିରେ ସାମାନ୍ୟ ସୁଧାର ଆସିବ। ପାରିବାରିକ ସମସ୍ୟାର ସମାଧାନ ହେବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ।

କୁମ୍ଭ - ଆପଣଙ୍କର ଆୟ ବୃଦ୍ଧି ପାଇଁ ନୂତନ ଉତ୍ସ ମିଳିବାର ସମ୍ଭାବନା ଅଛି। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ବନ୍ଧୁମାନଙ୍କ ସହଯୋଗ ମିଳିବ। ନୂତନ ଯୋଜନା ଆରମ୍ଭ କରିବା ପାଇଁ ଦିନଟି ଶୁଭ ଅଟେ। ମନ ଆନନ୍ଦରେ ଭରି ରହିବ।

ମୀନ - ଗୁରୁବାର କର୍ମକ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବାର ଯୋଗ ରହିଛି। ଆପଣଙ୍କର ନିଷ୍ପତ୍ତି ନେବାର କ୍ଷମତା ଆପଣଙ୍କୁ ସହାୟତା କରିବ। ଆର୍ଥିକ ଦିଗରେ ଦିନଟି ଶୁଭ ଅଟେ। ପରିବାରରେ ଶାନ୍ତି ବଜାୟ ରହିବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682