ବିଛା ରାଶି ବ୍ୟକ୍ତିଙ୍କୁ ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୁଯୋଗ ଅଛି, ପ୍ରତିଷ୍ଠା ଓ ପ୍ରତିଭା ବୃଦ୍ଧି ପାଇବ

NEWS7
bolvia-president-former-attempt-suicide

ମେଷ- ଯାନବାହନ ଚଳାଚଳ ଓ କାର୍ଯ୍ୟ କ୍ଷେତ୍ରରେ ବିଶେଷ ସତର୍କ ରୁହନ୍ତୁ। ଦୁର୍ଘଟଣାର ଭୟ ରହିଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ବାଧା ଅନୁଭବ କରିବେ। କୌଣସି ବିପଦପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ ଏବଂ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ।

ବୃଷ- ମନରେ ଅଯଥା ଦ୍ୱନ୍ଦ୍ୱ ଓ ହତାଶା ଭାବ ଦେଖାଦେଇପାରେ। ଯାହା ଫଳରେ କାର୍ଯ୍ୟରେ ଉତ୍ସାହ କମ୍ ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କର ଏକାଗ୍ରତାର ଅଭାବ ରହିବ। ନିଜ ମନୋବଳ ଦୃଢ଼ ରଖନ୍ତୁ ଏବଂ ସକାରାତ୍ମକ ଚିନ୍ତାଧାରା ଆପଣାନ୍ତୁ।

ମିଥୁନ- ମନ ସ୍ଥିର ରହିବ ନାହିଁ ଏବଂ ଅସୁସ୍ଥ ମନ ଯୋଗୁ କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ା ଅପେକ୍ଷା ଅନ୍ୟ କାମରେ ବ୍ୟସ୍ତ ରହିବେ। ମାନସିକ ଶାନ୍ତି ପାଇଁ କିଛି ସମୟ ଈଶ୍ୱରଙ୍କ ଆରାଧନାରେ ବିତାନ୍ତୁ।

କର୍କଟ- ବିଭିନ୍ନ କ୍ଷେତ୍ରରେ ବନ୍ଧୁ ଓ ପରିବାର ଠାରୁ ସାହାଯ୍ୟ ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଶିକ୍ଷକଙ୍କ ସହଯୋଗରେ ଉନ୍ନତି କରିବେ। ଅଟକି ରହିଥିବା କାର୍ଯ୍ୟ ଅନ୍ୟମାନଙ୍କ ସାହାଯ୍ୟରେ ସମ୍ପନ୍ନ ହୋଇଯିବ।

ସିଂହ- କୌଣସି କାର୍ଯ୍ୟ ପାଇଁ ଯାତ୍ରା କଲେ ସତର୍କ ରୁହନ୍ତୁ। କାରଣ ଯାତ୍ରାରେ କ୍ଷତି ହେବାର ଆଶଙ୍କା ରହିଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପରିଶ୍ରମ ଅନୁସାରେ ଫଳ ପାଇବାରେ ବିଳମ୍ବ ହୋଇପାରେ। ଦୂର ଯାତ୍ରାକୁ ସ୍ଥଗିତ ରଖିବା ଭଲ।

କନ୍ୟା- ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଶୁଭ ଏବଂ ହଠାତ୍ ଅର୍ଥ ଲାଭ ହେବାର ଯୋଗ ରହିଛି । ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସେମାନଙ୍କର ଲକ୍ଷ୍ୟ ପୂରଣ କରିବାରେ ସଫଳ ହେବେ। ବ୍ୟବସାୟରେ ନୂତନ ନିବେଶ ଲାଭଦାୟକ ହେବ।

ତୁଳା- ଘାତବାର ରହିଛି, ତେଣୁ ସତର୍କ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଯୋଗୁ ଅର୍ଥ ନାଶ ବା ଧନ ହାନି ହୋଇପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ବହୁତ ବାଧା ପାଇବେ। ଆଜି ଆର୍ଥିକ କାରବାର ବେଳେ ବହୁତ ସାବଧାନ ରୁହନ୍ତୁ।

ବିଛା- ଦିନ ୧ଟା ୪୨ ପର୍ଯ୍ୟନ୍ତ ନିଜ ରାଶିରେ ଚନ୍ଦ୍ର ଥିବାରୁ କୌଣସି ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହେବାର ସୁଯୋଗ ଅଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ଜ୍ଞାନ ପାଇ ଉତ୍ସାହିତ ରହିବେ। ଆପଣଙ୍କର ପ୍ରତିଷ୍ଠା ଓ ପ୍ରତିଭା ବୃଦ୍ଧି ପାଇବ।

ଧନୁ- ପରିବାର ବା କାର୍ଯ୍ୟକ୍ଷେତ୍ରରେ କୌଣସି କଥାକୁ ନେଇ ମନସ୍ତାପ ବଢ଼ିପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କର ପଢ଼ା ପ୍ରତି ଅନାଗ୍ରହ ଭାବ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ।

ମକର- ଶରୀର ସାମାନ୍ୟ ଅସୁସ୍ଥତା ଦେଇ ଗତି କରିପାରେ। ତେଣୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପରିଶ୍ରମ ଅନୁସାରେ ସାମାନ୍ୟ ଫଳ ପାଇବେ। ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ ଏବଂ ବିଶ୍ରାମ ନିଅନ୍ତୁ।

କୁମ୍ଭ- ଘାତବାର ରହିଛି, କିନ୍ତୁ କୃଷ୍ଣ ପକ୍ଷର ବିଶେଷ ସ୍ଥିତି ଯୋଗୁ ଅର୍ଥ ଲାଭ ହେବାର ସମ୍ଭାବନା ଅଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କରି ପ୍ରଶଂସିତ ହେବେ। ପ୍ରତ୍ୟେକ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମୀନ- ଦୂର ଯାତ୍ରାର ଶୁଭ ଯୋଗ ରହିଛି ଏବଂ ଏହି ଯାତ୍ରାରୁ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ କୌଣସି ଭଲ ସୁଯୋଗ ପାଇପାରନ୍ତି। ମନ ପ୍ରସନ୍ନ ରହିବ ଏବଂ ନୂତନ କର୍ମ ନିଯୁକ୍ତିର ସୂଚନା ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

Know your Horoscope for Thursday 12th February 2026. Know how the day will be according to your Zodiac Sign.

Astrology Horoscope Zodiac Sign