କଟକ ୩୦।୫: କଟକ ଯୋବ୍ରାରେ ଜଣେ କର୍ମଜୀବୀ ଯୁବତୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ଯୋବ୍ରା ଚାରିଘରିଆ ଅଞ୍ଚଳରେ ଗୋଟିଏ କର୍ମଜୀବୀ ମହିଳା ହଷ୍ଟେଲର ବାଥରୁମ୍ର କପଡା ହ୍ୟାଙ୍ଗରରେ ଯୁବତୀ ଜଣଙ୍କ ମୃତଦେହ ଓଢଣୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ହଷ୍ଟେଲ ଅନ୍ତେବାସୀ ମାନେ କହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।
ମୃତ ଯୁବତୀ ଜଣଙ୍କ ହେଲେ ବାଲେଶ୍ଵରର କଳ୍ପନା ଦାସ । କଳ୍ପନା ଏକ ଘରୋଇ ହସ୍ପିଟାଲରେ ଚାକିରି କରିଥିଲେ । ହଷ୍ଟେଲ ଅନ୍ତେବାସୀ ମାନଙ୍କ କହିବା ଅନୁସାରେ କଳ୍ପନା ଖୁବ୍ ଭଲ ସ୍ବାଭାବର ଝିଅ ଥିଲେ । ସକାଳ ୯ଟା ୪୫ମିନିଟ୍ ପର୍ଯ୍ୟନ୍ତ ଖୁବ୍ ସ୍ବାଭାବିକ ଥିଲେ । ମାତ୍ର ପରେ ବାଥରମ୍ ଯାଇ କବାଟ ନଖୋଲିବାରୁ ହଷ୍ଟେଲ ଅନ୍ତେବାସୀ ମାନେ କବାଟ ଭାଙ୍ଗି ଭିତରକୁ ପଶିଥିବା ପ୍ରକାଶ କରିଛନ୍ତି ।
You Can Read:
ଗୁପ୍ତେଶ୍ବର ମନ୍ଦିର ଭିତରେ କୁକୁର ଧରି ପଶିଲେ ଦୁଇ ଶ୍ରଦ୍ଧାଳୁ, ବିରୋଧ ସତ୍ତ୍ବେ ବି କଲେନି ଖାତିର