ସୀମାରେ ଅନୁପ୍ରବେଶ ଉଦ୍ୟମକାରୀଙ୍କ ଶବ ଜବତ, ଜାଣନ୍ତୁ ମୃତକମାନେ କିଏ?

Published By : Prameya-News7 Bureau | February 01, 2025 IST

ପୁ଼ଁଛ୧।୨: ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାଙ୍କ ଅଭିଯାନ ଗୁରୁବାର ରାତିରେ ଆରମ୍ଭ ହୋଇଥିଲା। ପାଖାପାଖି ୨୦ ଘଣ୍ଟା ଧରି ଚାଲିଥିବା ଏହି ଅପରେସନରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କୁ ପାକିସ୍ତାନ ବର୍ଡର ଆକ୍ସନ ଟିମ୍ (ବ୍ୟାଟ୍) ସଦସ୍ୟ ସନ୍ଦେହ କରାଯାଉଛି। ତେବେ ସେନା ଏ ନେଇ  କୌଣସି ଅଧିକାରୀକ ବୟାନ ଜାରି କରି ନାହିଁ। ସୂତ୍ର ଅନୁସାରେ ଗୁରୁବାର ଅପରାହ୍ନରେ ରଖହବେଲୀ କ୍ଷେତ୍ରରେ ପାକ୍ ଅଧିକୃତ ଅଞ୍ଚଳରୁ ୪ରୁ ୫ ଜଣ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରିଥିଲେ। 

ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସେନା ବିଫଳ କରିଦେଇଥିଲା। ସେନା ଜବାନମାନଙ୍କ କାର୍ଯ୍ୟାନୁଷ୍ଠାନରେ ୨ ଜଣ ଆତଙ୍କବାଦୀ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଘଟଣାପରେ ରାତି ତମାମ ଅଞ୍ଚଳରେ ଗୁଳି ବିନିମୟ ଜାରି ଥିଲା। ଶୁକ୍ରବାର ସକାଳେ ତଲାସୀ ଅଭିଯାନ ଚଳାଯିବା ବେଳେ ୨ ଜଣ ଆତଙ୍କବାଦୀଙ୍କ ଶବ ମିଳିଥିଲା। ଘଟଣା ସ୍ଥଳରେ ସେନା ବିପୁଳ ପରିମାଣରେ ଖାଦ୍ୟପଦାର୍ଥ ସାଙ୍ଗକୁ ଅସ୍ତ୍ରଶସ୍ତ୍ର ଜବତ କରିଛି। 

ସେନା କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ଆହତ ହୋଇଥିବାର ଅନୁମାନ କରାଯାଉଛି। ସମ୍ପୃକ୍ତ ଅଞ୍ଚଳରେ ଆହତ ଆତଙ୍କବାଦୀର ସନ୍ଧାନ ଜାରି ରହିଛି। ସୂତ୍ର ଅନୁସାରେ ଜଣେ ଆତଙ୍କବାଦୀକୁ ଆଉଜଣେ କାନ୍ଧରେ ବୋହି ପାକିସ୍ତାନ ସୀମାଆଡକୁ ନେଇଯାଇଥିବା ଦେଖା ଯାଇଛି। ତେବେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କୁ ପାକିସ୍ତାନ ବର୍ଡର ଆକ୍ସନ ଟିମ୍‌ର ସଦସ୍ୟ ବୋଲି ଅନୁମାନ କରାଯାଉଛି, ଯେଉଁମାନେ ନିକଟରେ ବର୍ଡର ଅଞ୍ଚଳରେ ବୁଲି ରେକି କରି ଯାଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.