ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | April 13, 2025 IST

ଉଦଳା : ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମାତ୍ର ୩ ଫୁଟ ଉଚ୍ଚରେ ଥିବା ବାଉଁଶରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଥିବା ଏକ ଆଶ୍ରମ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । 

ସୂଚନାଯୋଗ୍ୟ ଯେ, ରବିବାର ମଧ୍ୟାହ୍ନରେ ହଷ୍ଟେଲ ଛାତ୍ରୀମାନେ ଖାଇବା ପାଇଁ ଯିବା ସମୟରେ ମୃତ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ସାଙ୍ଗ ବାହାରକୁ ପରିସ୍ରା କରିବା ପାଇଁ ଆସିଥିଲେ । ଏହି ସମୟରେ ତାଙ୍କୁ ବିଦ୍ୟାଳୟ ପଛରେ ୩ ଫୁଟ ଉଚ୍ଚରେ ଥିବା ବାଉଁଶରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ସେମାନେ ଏ ବିଷୟରେ ହଷ୍ଟେଲ ମାଟ୍ରୋନ ଏବଂ ଅନ୍ୟ ମାନଙ୍କୁ ଜଣାଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ଉଦଳା ମେଡିକାଲକୁ ଚିକିତ୍ସା ନିମନ୍ତେ ଆଣିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମାତ୍ର ୩ ଫୁଟ ଉଚ୍ଚରେ ଛାତ୍ରୀଙ୍କ ମୃତଦେହ ଝୁଲିବା ପୁରା ଘଟଣାକୁ ଅଧିକ ସନ୍ଦେହ ଘେରକୁ ନେଇଛି । ଏହା ଆତ୍ମହତ୍ୟା ବୋଲି କହିବା କଷ୍ଟକର ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଏହା ସହିତ ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

You Can Read:

ଦଳ ଭିତରେ ଗୋଟିଏ ନେତା ସେ ହେଉଛନ୍ତି ଆମ ସଭାପତି ନବୀନ ପଟ୍ଟନାୟକ : ଉମାକାନ୍ତ ସାମନ୍ତରାୟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.