ଜଙ୍ଗଲ ଭିତରେ ୧୪ବର୍ଷର ନାବାଳକର ମୃତଦେହ, ନିକଟରେ ପଡ଼ିଛି ସାଇକେଲ ଓ ଚପଲ

Published By : Prameya-News7 Bureau | March 17, 2025 IST

ବରଗଡ଼ ୧୭।୩ଜଙ୍ଗଲ ଭିତରେ ୧୪ବର୍ଷର ନାବାଳକକୁ ହତ୍ୟା ଅଭିଯୋଗ । ବରଗଡ ଭଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଥି । ଗାଁର ନବମ ଶ୍ରେଣୀ ଛାତ୍ର ସମୀର ପ୍ରଧାନଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନିକଟସ୍ଥ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । 

ସୂଚନାଯୋଗ୍ୟ ଯେ, ରବିବାର ସମୀର ନିଖୋଜ ଥିବା ନେଇ ବାପା ଦିବ୍ୟ ଲୋଚନ ପ୍ରଧାନ ଭଟଲି ଥାନାରେ ଅଭିଯୋଗ କରିଥିଲେ । ତେବେ ସୋମବାର ଉକ୍ତ ଛାତ୍ରଙ୍କ  ମୃତଦେହ ଏକ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରାଯାଇଛି । ଭଟଲି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଘଟଣାସ୍ଥଳରେ ସାଇକେଲ ଓ ଚପଲ ପଡ଼ି ରହିଛି । ପଥରରେ ଛେଚି ହତ୍ୟା କରାଯାଇଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ କାହିଁକି ଓ କିଏ ହତ୍ୟା କରିଛି ଏଯାଏଁ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ଥିବାବେଳେ ପରିବାର ଓ ଗାଁ ଲୋକଙ୍କୁ ପଚ଼ରା ଉଚ଼ରା କରି ଭଟଲି ପୋଲିସ  ଆରମ୍ଭ କରିଛି ତଦନ୍ତ ।

You Can Read:

ଯୁବକଙ୍କ ସନ୍ଦେହଜନକଙ୍କ ମୃତ୍ୟୁ ଘଟଣା, ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ପରିସରକୁ ଧସେଇ ପଶିଲେ ଗ୍ରାମବାସୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.