News7 Logo

ବବି ଦେଓଲଙ୍କୁ ମିଳୁ ନଥିଲା ଟଙ୍କା , ଫିଲ୍ମ ରିଲିଜ ପରେ ଗାଏବ ହୋଇଯାଉ ଥିଲେ ପ୍ରଡ୍ୟୁସର୍ସ

NEWS7
-

ମୁମ୍ୱାଇ-ବଲିଉଡ୍ ଅଭିନେତା ବବି ଦେଓଲ ଖୁବ୍‌ ଶୀଘ୍ର ଆର୍ଯ୍ୟନ ଖାନଙ୍କ ନିର୍ଦ୍ଦେଶିତ ୱେବ୍‌ ସିରିଜ୍‌ ‘ବ୍ୟାଡ୍ସ ଅଫ୍‌ ବଲିଉଡ୍‌’ରେ ନଜର ଆସିବାକୁ ଯାଉଛନ୍ତି। ଉକ୍ତ ସିରିଜ୍‌ରେ ଅଭିନେତା ଜଣେ ସୁପରଷ୍ଟାରର ଚରିତ୍ରରେ ନଜର ଆସିଛନ୍ତି। ସିରିଜ୍‌ଟି ଏହି ସପ୍ତାହରେ ନେଟଫ୍ଲିକ୍ସରେ ଷ୍ଟ୍ରିମ୍‌ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ସିରିଜ୍‌ର ଅଭିନେତା ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନିକଟରେ ବବି ମଧ୍ୟ ଏକ ଇଣ୍ଟରଭ୍ୟୁରେ ଆର୍ଯ୍ୟନ ଖାନଙ୍କ ସହ କାମ କରିବା ଓ ନିଜ ଲାଇଫ୍‌ ସଂପର୍କିତ କଥା ଆଲୋଚନା କରିଛନ୍ତି।

ବବି ଏକ ଘଟଣା ବର୍ଣ୍ଣନା କରି କହିଛନ୍ତି ଯେ, ଏହା ତାଙ୍କ ପିତା ଧର୍ମେନ୍ଦ୍ରଙ୍କ ସମୟର କଥା । ସେ ଖୁଲାସା କରିଛନ୍ତି ଯେ , ଜଣେ ବଡ଼ ଡାଇରେକ୍ଟର,ଯାହାଙ୍କ ସହ ଧର୍ମେନ୍ଦ୍ର ଲଗାତାର ହିଟ୍‌ ଫିଲ୍ମ କରୁଥିଲେ। ତାଙ୍କୁ ଡାଇରେକ୍ଟର ସୁପରହିଟ୍‌ ଫିଲ୍ମର ଅଫର୍‌ ଦେଇ ଥିଲେ। କିନ୍ତୁ କୌଣସି କାରଣରୁ ଧର୍ମେନ୍ଦ୍ରଙ୍କୁ ସେ ଫିଲ୍ମ କରିବାକୁ ମନା କରିବାକୁ ପଡ଼ିଲା ଏବଂ ଏହାପରେ ସେହି ଡାଇରେକ୍ଟର ତାଙ୍କ ସହ କାମ କରି ନଥିଲେ। ବବି ସ୍ପଷ୍ଟ କହିଛନ୍ତି ଯେ,ତାଙ୍କ ସହ ଏମିତି କେବେ ହୋଇ ନାହିଁ।

ବବି ଏହା ମଧ୍ୟ ସ୍ୱୀକାର କରନ୍ତି ଯେ, ସେ ସର୍ବଦା କମ୍‌ ଫିଲ୍ମ କରିଛନ୍ତି।ସେ କହିଛନ୍ତି ,ମୋ ସହ ସମସ୍ୟା ଏହା ହେଉଥିଲା ଯେ, ଅନେକ ପ୍ରଡ୍ୟୁସର୍ସ ଟଙ୍କା ପୂରା ଦିଅନ୍ତି ନାହିଁ।ରିଲିଜ ପୂର୍ବରୁ ପରେ କରୁଥିଲେ, କିନ୍ତୁ ଡବିଂ ପରେ ଗାଏବ ହୋଇ ଯାଉ ଥିଲେ। ଏବେ ସମୟ ବଦଳି ଯାଇଛି। ଏବେ ତ ଏମିତି କଣ୍ଟ୍ରାକ୍ଟ ହୁଏ ଯେ ,ଯାହାକୁ ପଢିଲେ ଡ଼ର ଲାଗେ। ବବି ଦେଓଲ ଶେଷରେ କହିଛନ୍ତି ଯେ, ଏହିସବୁ ମୁସ୍କିଲ ସତ୍ତ୍ୱେ ସେ ଯେଉଁ ପ୍ରଡ୍ୟୁସର୍ସଙ୍କ ସହ କାମ କରିଛନ୍ତି,  ସମସ୍ତେ ତାଙ୍କୁ ସର୍ବଦା ଭଲପାଇବା ଓ ସମ୍ମାନ ଦେଇଛନ୍ତି।