ସ୍କୁଟରକୁ ଧକ୍କା ଦେଲା ବସ୍‌, ଚାଲିଗଲା ନ୍ୟୁଜ୭ ସାମ୍ବାଦିକାଙ୍କ ଜୀବନ

NEWS7
boating-club-stopped-from-3-months-due-to-polluted-water-in-bhadrak

ଭୁବନେଶ୍ୱର ୦୬।୦୧ :  ଜୀବନ ନେଇଗଲା ସାରଳା ବସ୍‌ । ସ୍କୁଟରକୁ ଧକ୍କା ଦେଇ ପ୍ରାୟ ୩୦ ମିଟର ଘୋଷାଡ଼ି ନେଇଗଲା ବସ୍‌ । ଯାହାଫଳରେ ଗାଡ଼ିରେ ଯାଉଥିବା ଦୁଇ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଉଭୟ  ଭୁବନେଶ୍ୱରର ବାସିନ୍ଦା ବୋଲି ସୂଚନା ମିଳିଛି ।

ଦୁଇ ଜଣ ମହିଳା । ଏକ ସ୍କୁଟର ଯୋଗେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ । ପିପିଲି ମଙ୍ଗଳପୁର ନିକଟରେ ସାରଳା ନାମକ ଏକ ଘରୋଇ ବସ୍‌ଟି ଉକ୍ତ ସ୍କୁଟରକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ପରେ ସ୍କୁଟରଟିକୁ ପ୍ରାୟ ୨୦ ମିଟର ଘୋଷାଡ଼ି ନେଇଥିଲା । ଯାହାଫଳରେ ସ୍କୁଟରରେ ଥିବା ମହିଳାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ପରେ ତୁରନ୍ତ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳେକୁ ବହୁ ବିଳମ୍ବ ହୋଇସାରିଥିଲା । ମେଡିକାଲ ନେବା ରାସ୍ତାରେ ଗୁରୁତର ମହିଳାଙ୍କର ମୃତ୍ୟୁ ହୋଇସାରିଥିଲା । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୁଇ ମହିଳାଙ୍କ  ଜଣେ ସିଲା ପଟ୍ଟନାୟକ, ସେ ନ୍ୟୁଜ ସେଭେନ୍‌ର ସାମ୍ବାଦିକା ଭାବେ କାର୍ଯ୍ୟରତ ଥିଲେ ।