ଭୁବନେଶ୍ବର ୧।୭: ରାଜଧାନୀରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ । ବିଏମ୍ସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣର ପ୍ରତିବାଦରେ ସଫେଇ କର୍ମଚାରୀ ମାନେ କାର୍ଯ୍ୟବନ୍ଦ କରିଛନ୍ତି । ବିଏମ୍ସି ଓ୍ବାର୍ଡ ନଂ ୪୪ର କର୍ପୋରେଟର ଅଜିତ ବେହେରା କହିଛନ୍ତି, ଆମେ ଗୋଟିଏ ପରିବାର । ସେହି ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଉଛି । ଆମ ପରିବାରର ଜଣଙ୍କୁ ଆକ୍ରମଣ ହୋଇଛି । ସେଥିପାଇଁ ଆମେ ଅଳିଆ ଉଠା ବନ୍ଦ କରିଛୁ । କାର୍ଯ୍ୟସ୍ଥଳୀରେ ମାଡ଼ ମରାଯିବ ଘଟଣାକୁ ଆମେ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି ।
ସେପଟେ, ବିଏମ୍ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲା ଓଏଏସ୍ ସଂଘ । ତେବେ ଆକ୍ସନ୍ ନେଇ ଓଏଏସ୍ ସଂଘକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶ୍ବସ୍ତ କରିବା ପରେ ସମୂହ ଛୁଟି ନିଷ୍ପତ୍ତିରୁ ଓହରିଛି ସଂଘ ।
ମୁଖ୍ୟମନ୍ତ୍ରୀ ରାତି ୧୧ଟାରେ ପ୍ରାୟ ଏକ ଘଣ୍ଟା ଧରି ସଂଘର ସଦସ୍ୟମାନଙ୍କୁ ଭେଟିଥିଲେ । ଯେଉଁଥିରେ ମୁଖ୍ୟ ଶାସନ ସଚିବ, ଡିଜିପି, ସିପି ଏବଂ ଏଜି ଉପସ୍ଥିତ ଥିଲେ । ଘଟଣା ପଛରେ ଥିବା ଦୋଷୀ ଯେତେ ଶକ୍ତିଶାଳୀ ହୁଅନ୍ତି, ସେମାନଙ୍କୁ ଆଇନର କଠୋର ବ୍ୟବସ୍ଥା ଅନୁଯାୟୀ କଠୋର ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପୂର୍ବରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଧରିବା ପାଇଁ ଖୋଜା ଚାଲିଛି । ଛୁଟିରେ ନଯିବା କିମ୍ବା ଏପରି କୌଣସି ପଦକ୍ଷେପ ନନେବାକୁ ଓଏଏସ୍ ସଂଘକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ତାଙ୍କ ଉପରେ ବିଶ୍ୱାସ ରଖିବାକୁ ନିବେଦନ କରିଥିଲେ । ଏହାକୁ ସମ୍ମାନ ଜଣାଇ ଗଣ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି ।
You Can Read:
ଆନ୍ଦୋଳନକୁ ସ୍ଥଗିତ ରଖିଲା ଓଏଏସ୍ ସଂଘ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି