ଭୁବନେଶ୍ୱର ୧୬।୦୬ : ବିଭିନ୍ନ ଦୋକାନରେ ଯାଞ୍ଚ । ରାଜଧାନୀରେ ଖାଦ୍ୟ ସୁରକ୍ଷା ବିଭାଗ ଓ ବିଏମ୍ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ଖାଦ୍ୟର ଗୁଣବତ୍ତା ନେଇ ବିଭାଗ ପକ୍ଷରୁ ଚାଲିଛି ଯାଞ୍ଚ ।
ଖବର ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ବ୍ୟାପୁଛି । ଯାହାକୁ ନେଇ ଆକ୍ସନମୋଡ଼କୁ ଆସିଛି ଖାଦ୍ୟ ସୁରକ୍ଷା ବିଭାଗ । ଏହିକ୍ରମରେ ଭୁବନେଶ୍ୱର କଳିଙ୍ଗନଗର ସମେତ ବିଭିନ୍ନ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଯାଞ୍ଚ କରାଯାଉଛି । ଖାଦ୍ୟର ଗୁଣବତ୍ତା ନେଇ ବିଭାଗ ପକ୍ଷରୁ ଚାଲିଛି ଯାଞ୍ଚ । ଯଦି ଗୁଣବତ୍ତା ଯାଞ୍ଚରେ କିଏ ଦୋଷୀ ବାହାରନ୍ତି । ତେବେ ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି ସୂଚନା ମିଳିଛି ।