ରାଜକନିକା ନାବାଳିକା ଗଣଦୁଷ୍କର୍ମ ଘଟଣା, ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି

NEWS7
bmc-indias-richest-civic-body-presents-74427-crore-budget

ଭୁବନେଶ୍ବର: କେନ୍ଦ୍ରାପଡ଼ା ରାଜକନିକା ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି। ଏହା ସହ ଏଭଳି ଘଟଣାର ବିରୋଧ କରି ଆସନ୍ତା ୨୪ ତାରିଖରେ ବିଜୁ ମହିଳା ଜନତା ଦଳ ରାଜରାସ୍ତା ଓହ୍ଲାଇବା ନେଇ ସୂଚନା ଦେଇଛି। କେବଳ ଭୁବନେଶ୍ୱରରେ ନୁହେଁ ବରଂ ସାରା ରାଜ୍ୟରେ ଏହି ସଂଘର୍ଷ ଚାଲିବ ବୋଲି ଚେତାବନୀ ଦେଇଛି ଦଳ।

ଦଳ ଏପ୍ରସଙ୍ଗରେ ସରକାରଙ୍କୁ ଘେରିଛି, ଦଳ ପକ୍ଷରୁ କୁହାଯାଇଛି ରାଜ୍ୟରେ ସରକାର ୧୮ ମାସ ମଧ୍ୟରେ ନିଜର ବିଫଳତା ଦେଖାଇଛି। ରାଜ୍ୟରେ ମହିଳା ଅସୁରକ୍ଷିତ । ରାଜକନିକା ଏକ ଘରୋଇ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସ୍କୁଲର ୪ ଶିକ୍ଷକ ଏହି ଗଣଦୁଷ୍କର୍ମରେ ସାମିଲ ଅଛନ୍ତି । ଏହି ୪ ଅଭିଯୁକ୍ତଙ୍କୁ ଗିରଫ କରିବା କେବଳ ସମାଧାନ ନୁହେଁ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ତଦନ୍ତର ପରିସରଭୁକ୍ତ କରାଯାଉ ଏବଂ ଏହାସହ ସମସ୍ତ ଅଭିଯୁକ୍ତଙ୍କୁ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେଡି ଦାବି କରିଛି। ରାଜ୍ୟରେ ୪ ହଜାରରୁ ଉର୍ଦ୍ଧ୍ବ ମହିଳା ବିରୋଧୀ କେସ ରେଜିଷ୍ଟର ହୋଇଛି । ଏହା ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ଦର୍ଶାଉଛି । ସପ୍ତମ ଶ୍ରେଣୀରେ ଛାତ୍ରୀ ଦୁଇ ବର୍ଷ ଧରି ଗଣଦୁଷ୍କର୍ମ ର ଶିକାର ହୋଇଛି । ଏଥିରେ ଜଣେ ମହିଳା ସାମିଲ ଥିବା ମଧ୍ୟ ଜଣାପଡିଛି । ଏହା କେବେ ବି ଏତିକି ରେ ସୀମିତ ନଥିବ । ଏହି ହିନ କାର୍ଯ୍ୟକୁ ଗଭୀର ଭାବେ ତଦନ୍ତ କରିବା ଦରକାର ବୋଲି ଦାବି କରିଛି ବିଜୁ ମହିଳା ଜନତା ଦଳ ।

କେନ୍ଦ୍ରାପଡ଼ା ଗଣଦୁଷ୍କର୍ମ ଘଟଣା ସ୍ଥଳକୁ ବିଜୁ ଜନତା ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଯାଇଥିଲା । ରାଜକନିକା ୧୨ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମ ଶିକାର ହୋଇଥିବା ଘଟଣାରେ କେନ୍ଦ୍ରାପଡ଼ା ଯାଇଥିଲା ଏହି ଟିମ୍ । ଏନେଇ ଲୋକଙ୍କ ସହ ଆଲୋଚନା କରିଥିଲୁ । ଅଭିଭାବକ ଙ୍କ ସହ ଏନେଇ ଆଲୋଚନା କରିଥିଲୁ । ଏହି ଘଟଣାରେ ବିଜେଡି ପକ୍ଷରୁ ଏକ ମେମୋରାଣ୍ଡମ୍ କେନ୍ଦ୍ରାପଡ଼ା ଏସପି ଙ୍କୁ ଦେଇଥିଲୁ ବୋଲି କହିଛି ଏହି ଟିମ୍ ।

ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କହିବା ଅନୁଯାୟୀ ପୂର୍ବରୁ ଏହି କଥାକୁ ସ୍କୁଲ ଅଧ୍ୟକ୍ଷାଙ୍କୁ ଜଣାଇଥିଲେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଙ୍କ ମା, ହେଲେ ଏହାକୁ ଗୁରୁତ୍ବ ଦେଇନଥିଲେ ସ୍କୁଲ ର ଅଧକ୍ଷ । ଏଥିରେ ଯେପରି ପିଲାଟିର ମାନସିକ ସ୍ଥିତି ଠିକ୍ ରହିବ ତାହାକୁ ଅନୁଧ୍ୟାନ କରିବା ସହ ନାବାଳିକା ଓ ତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏସପି ଙ୍କୁ ଦାବି କରିଛି ବିଜେଡି ।

ସେହିଭଳି ଦଳ ପକ୍ଷରୁ ଆହୁରି କୁହାଯାଇଛି, ରାଜ୍ୟରେ ଏହି ୧୮ ମାସ ମଧ୍ୟରେ ୨୦୨ ଟି ଦୁଷ୍କର୍ମ କେସ ରେଜିଷ୍ଟର ହୋଇଛି ସେହିଭଳି ୪୦ ହଜାର ମହିଳା ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ଏହା ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।