ଜୀବନ ବଦଳାଏ ମୋଡ଼...ସ୍କୁଲରେ ଟପ୍ କରୁଥିଲେ ଆଉ ଏବେ ରାପିଡୋ ରାଇଡର୍, ଚିହ୍ନି ପକାଇଲେ ସହପାଠୀ

NEWS7
blue-lake-mrutadeha-bhasuchi

ନୂଆଦିଲ୍ଲୀ, ୦୬ /୦୩: ଶୀଘ୍ର ପହଁଚିବାକୁ ଥିଲା । ଆଖପାଖରେ କିଛି ଗାଡି ନଥିଲା । ରାପିଡୋରେ ଅନଲାଇନ୍ ବାଇକ୍ ରାଇଡ୍ ବୁକ୍ କଲେ ଯୁବକ । ଲୋକସେନ ଦେଖି ପହଁଚିଲେ ରାଇଡର୍ । କିନ୍ତୁ ରାଇଡର ପହଁଚିବା ପରେ ରାଇଡ୍ ବୁକ୍ କରିଥିବା ଯୁବକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ରାଇଡର ଜଣଙ୍କ ଥିଲେ ତାଙ୍କର ପୂର୍ବତନ କ୍ଲାସ୍ ମେଟ୍ । ଯିଏକି ଶ୍ରେଣୀରେ ଟପ୍ କରୁଥିଲେ ।

ଏହି ଖବରଟି ପଢନ୍ତୁ... ନିଖୋଜ Su-30 MKI ଲଢ଼ୁଆ ବିମାନ କ୍ରାଶ୍ : ୨ ବାୟୁସେନା ପାଇଲଟ୍ ମୃତ

ସୋସିଆଲ ମିଡିଆରେ ‘ଭାରତ ମାତା କେ ସେଓ୍ୱକ’ ନାମକ ଏକ ଆକାଉଣ୍ଟରେ ଘଟଣାଟି ପୋଷ୍ଟ୍ ହୋଇଛି । ଏଥିରେ ଉଲ୍ଲେଖ ଅଛି ଯେ, ଉମର ନାମକ ଜଣେ ଯୁବକ ବାଇକ୍ ଟ୍ୟାକ୍ସି ବୁକ୍ କରିଥିଲେ । ଏହି ସମୟରେ ରାଇଡର୍ ଆସିଥିଲେ । ବୁକିଂ ଡିଟେଲ୍ସ ପରେ ଉମର ସାମାନ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଥମେ ସେ କିଛି ସମୟ ଅଟକି ଯାଇଥିଲେ । ଦୁଇ ଥର ଚେକ୍ କରିଥିଲେ । କାରଣ ରାଇଡରଜଣଙ୍କ ଚନ୍ଦନ ବୋଲି ତାଙ୍କୁ ଲାଗୁଥିଲା ।

ପ୍ରଥମେ ଉମର ତାଙ୍କୁ ହାଲୋ ରାପିଡୋ ଭୟା କହିଥିଲେ । ଏହାପରେ ଚନ୍ଦନ ହସି ଓଟିପି ପଚାରିଥିଲେ । ଏଠାରେ ହିଁ ଉଭୟ ପରସ୍ପରକୁ ଜାଣିଦେଇଥିଲେ । ବାଇକରେ ବସିଥିଲେ ଉମର । ରାସ୍ତାରେ ଉଭୟ ଅନେକ କଥା ହୋଇଥିଲେ । କେବେଠୁ ରାପିଡୋ ଚଳାଉଛ ବୋଲି ଉମର ପଚାରିଥିଲେ । ଯାହାର ଉତ୍ତରରେ ଚନ୍ଦନ କହିଥିଲେ ଯେ, ଜୀବନ ସମସ୍ତଙ୍କ ପାଇଁ ସମାନ ନୁହେଁ । କିନ୍ତୁ କିଛି ଅସୁବିଧା ନାହିଁ । ବ୍ୟସ୍ତ ହୁଅନି । ମୁଁ ତୁମଠୁ ଟଙ୍କା ନେବି ନାହିଁ ।

ଉମର ପୁଣି କଥା ଆରମ୍ଭ କରି କହିଥିଲେ ଯେ, ଚନ୍ଦନ କ୍ଲାସ୍ ଟପ୍ପର୍ ରହିଥିଲେ । ଚନ୍ଦନ କହିଥିଲେ ଯେ, ଜୀବନରେ କିଛି ବି ଘଟିପାରେ । ଏହା ଅକଳନୀୟ । ସେ ନିଜେ କେବେ ରାଇଡର ହେବେ ବୋଲି ଭାବିନଥିଲେ । ବ୍ୟସ୍ତ ହୁଅନାହିଁ, ମୁଁ ତୁମକୁ ସୁରକ୍ଷିତ ଭାବେ ପହଁଚାଇଦେବି ବୋଲି ଶେଷରେ ଉମରଙ୍କୁ ଚନ୍ଦନ କହିଥିଲେ ।

ଏହି ସୋସିଆଲ ମିଡିଆ ପୋଷ୍ଟ୍ ଶେଷରେ ଲେଖା ଯାଇଛି ଯେ, ଜୀବନ କେତେବଳେ ମୋଡ ପରିବର୍ତ୍ତନ କରିବ କହିହେବ ନାହିଁ । ମାର୍କ, ସାର୍ଟିଫିକେଟ୍ ଏସବୁ ଭବିଷ୍ୟତ ବାବଦରେ କିଛି କହିପାରିବନି । କୌଣସି କାମ ଛୋଟ ନୁହେଁ । ଯଦି ସତ୍ ମାର୍ଗରେ କାର୍ଯ୍ୟ କରୁଛି ଏବଂ ନିଜକୁ ସମ୍ମାନ ଦେଉଛି ତେବେ ସବୁ ଚାକିରି ଭଲ ।

ଭାଇରାଲ ହେଲା ପରେ ଏହି ପୋଷ୍ଟକୁ ଅନେକ ଲାଇକ୍ ଏବଂ କମେଣ୍ଟ୍ ମିଳୁଛି । ନେଟିଜେନ୍ସ ଏଥିରେ ପଜିଟିଭ୍ ରିଆକ୍ସନ ଦେଖାଉଛନ୍ତି । ଜୀବନକୁ ନେଇ ସୋସିଆଲ ମିଡିଆ ୟୁଜର ଏଥିରେ କମେଣ୍ଟ୍ ମଧ୍ୟ କରୁଛନ୍ତି ।