ନୂଆ ପୋପ୍‌ ଚୟନ ପାଇଁ ଆରମ୍ଭ ହେଲା କନକ୍ଲେଭ୍‌, ବାହାରିଲା କଳା ଧୂଆଁ; ଜାଣନ୍ତୁ ଏହା ପଛର କାରଣ...

Published By : Prameya-News7 Bureau | May 08, 2025 IST

ନୂଆଦିଲ୍ଲୀ ୦୮।୦୫:  ନୂଆ ପୋପ୍‌ ଚୟନ ପାଇଁ ଆରମ୍ଭ ହୋଇଛି ନିର୍ବାଚନ । ବୁଧବାର  ସିଷ୍ଟିନ ଚେପଲରେ ହୋଇଥିଲା ନିର୍ବାଚନ କନକ୍ଲେଭ । ଏଥିରେ ସାମିଲ୍‌ ହେବାକୁ ପହଞ୍ଚିଥିଲେ ୧୩୩ କାର୍ଡିନାଲ । ସିଷ୍ଟିନ୍ ଚାପେଲରେ ଏକ ଆନୁଷ୍ଠାନିକ ଶୋଭାଯାତ୍ରା ଏବଂ ପ୍ରତ୍ୟେକ କାର୍ଡିନାଲ୍ ଗୋପନୀୟତାର ଶପଥ ଗ୍ରହଣ କରିବା ପରେ, ପ୍ରଥମ ପର୍ଯ୍ୟାୟ ଭୋଟ୍ ଆରମ୍ଭ ହୋଇଥିଲା । ସ୍ଥାନୀୟ ସମୟ ସନ୍ଧ୍ୟା ୫.୪୫ରେ ନିର୍ବାଚନ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରଥମ ଦିନର ରାତି ୯.୦୫ରେ ସିଷ୍ଟିନ୍ ଚାପେଲର ଚିମିନିରୁ ବାହାରିଥିଲା କଳା ଧୂଆଁ । 

ଏବେ ପ୍ରଶ୍ନ ଆସୁଛି ଚିମିନିରୁ କଳା ଧୂଆଁ ବାହାରିବାର ଅର୍ଥ କ’ଣ ? ଆସନ୍ତୁ ଜାଣିବା...ବାସ୍ତବରେ ଚିମିନିରୁ କଳା ଧୂଆଁ ବାହାରିବାର ଅର୍ଥ ହେଉଛି ପୋପ୍‌ ବୁଧବାର ପୋପ୍‌ ଚୟନ ହୋଇପାରିନାହାନ୍ତି । ଆଉ ଧଳା ଧୂଆଁ ବାହାରିଲେ ନୂଆ ପୋପ୍‌ ଚୟନ ହୋଇଥିବା ନିୟମ ରହିଛି ।

ସେଣ୍ଟ ପିଟର୍ସରେ ଏକାଠି ହୋଇଥିବା ୪୫ ହଜାରରୁ ଅଧିକ ଲୋକଙ୍କ ବ୍ୟତୀତ ବିଶ୍ବରର କ୍ୟାଥେଲିକ୍‌ ଧଳା ଧୂଆଁ ବାହାରିବାର ଅପେକ୍ଷା କରିଛନ୍ତି । ନୂଆ ପୋପ୍‌ଙ୍କୁ ନେଇ ନିଷ୍ପତ୍ତି ନ ହେବା ଯାଏଁ ସମସ୍ତ କାର୍ଡିନାଲ୍‌ ଅଲଗା ରହି ଏହି ପ୍ରକ୍ରିୟାରେ ସାମିଲ ରହିବେ । ପୋପ୍ କନକ୍ଲେଭ ଚୟନ ପ୍ରକ୍ରିୟାର ପ୍ରଥମ ଦିନ କେବଳ ଭୋଟ ହୋଇଥିଲା । କନକ୍ଲେଭ ଆରମ୍ଭ ହେବାର ୩ ଘଣ୍ଟା ପରେ ପୋପ୍ ଚୟନ ହୋଇ ପାରିନଥିବା ସନ୍ଦେଶ ଦେଇ କଳା ଧୂଆଁ ବାହାରିଥିଲା ।

ତେବେ ନୂଆ ପୋପ୍‌ଙ୍କ ପାଇଁ ଭାଟିକାନ୍ ସିଟିରେ କନକ୍ଲେଭ ହୋଇଛି । ଏଥିରେ ୭୧ ଦେଶର ୧୩୩ କାର୍ଡିନାଲ ଅଂଶଗ୍ରହଣ କରିଛନ୍ତି । ୪୫ ହଜାରରୁ ଅଧିକ ଲୋକ ନିଷ୍ପତ୍ତିକୁ ଅପେକ୍ଷା କରିଥିଲେ । ହେଲେ ପ୍ରଥମ ଦିନ କିଛି ନିଷ୍ପତ୍ତି ବାହାରି ପାରିଲା ନାହିଁ । ୨୦୧୩ରେ ହୋଇଥିବା କନକ୍ଲେଭରେ ଧଳା ଧୁଆଁ ବହୁତ କମ ସମୟରେ ବାହିଥିଲା ଆର୍ଥାତ୍ ପୋପ୍ ଚୟନ ହୋଇଥିଲା । ଯେଉଁଥିରେ ପୋପ୍‌ ଫ୍ରାନ୍ସସିସ୍‌ଙ୍କୁ ପୋପ୍‌ ଘୋଷଣା କରାଯାଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.