ଦିଲୀପଙ୍କ ବିଜୟ ପରେ ବିଜୟଙ୍କ ବଡ଼ ବୟାନ- ରାଜ୍ୟ ରାଜନୀତିରେ ଏକ ବଡ ପରିବର୍ତ୍ତନ ଆସିବ

NEWS7
bjp-mp-rita-bahuguna-found-guilty-of-violating-code-of-conduct-during-campaigning-10-years-ago1

ଭୁବନେଶ୍ଵର: ମୁଁ ୬ ମାସ ତଳେ କହିଥିଲି ୨୦୨୬ ନିର୍ଣ୍ଣାୟକ ପର୍ବ ହେବ। ଆମେ ହାରିବା ପାଇଁ ଲଢୁନଥିଲୁ, ଜିତିବା ପାଇଁ ନିର୍ବାଚନ ଲଢୁଥିଲୁ। ଦୁଇ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା। ବିଜେଡି ଭିତରେ ପ୍ରବଳ ଅସନ୍ତୋଷ ରହିଛି। ବିଜେଡି ପ୍ରତି ନେତାଙ୍କ ବିଶ୍ଵାସ କମି ଯାଉଛି।ରାଜ୍ୟରେ ଆଗକୁ ବଡ଼ ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଛି ବୋଲି କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର।

ସେ କହିଛନ୍ତି, ଲୋକ ଆଶା କରିଥିଲେ ଦିଲୀପ ରାୟ ଜିତିବେ। ତାହା ହିଁ ଘଟିଲା। ବିଜେଡି ନେତାଙ୍କ ଭିତରେ ଅସନ୍ତୋଷ ଥିଲା। ଦଳର ସବୁ ନେତା ଅସନ୍ତୋଷକୁ ପରି ପ୍ରକାଶ କଲେ। ରାଜ୍ୟସଭା ନିର୍ବାଚନରେ ତାର ପ୍ରତିଫଳନ ଦେଖିବାକୁ ମିଳିଲା। କାଚ ଘରେ ସ୍ବପ୍ନ ଦେଖୁଥିବା ଲୋକ, ଆଗ ନିଜର ଛବିକୁ ଆଇନାରେ ଦେଖନ୍ତୁ। ନିର୍ବାଚନରେ ଅଂଶଗ୍ରହଣ କରିଥିଲୁ, ଲୋକେ ଶୁଭେଛା ଦେବାକୁ ଆସୁଛନ୍ତି। ଏଥିସହ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୟ ମହାପାତ୍ର ।

Also read: Rajyasabha Election: ଆଶାଠୁ ଟପିଗଲା କ୍ରସ ଭୋଟିଂ, ଦଳୀୟ ହ୍ଵିପକୁ ମାନିଲେନି ୧୧ ବିଧାୟକ-ବିଧାୟିକା

ବିଜେଡିରେ ଅସନ୍ତୋଷର ବହ୍ନି

ସେ ଏହା ମଧ୍ୟ କହିଛନ୍ତି ଯେ, ଦଳ ଭିତରେ ଅସନ୍ତୋଷର ବହ୍ନି ଜଳୁଛି। ନବୀନ ପଟ୍ଟନାୟକ ତର୍ଜମା କରିବା ଦରକାର। ଦଳରେ କୌଣସି ପରିବର୍ତ୍ତନ ଆଣିବାକୁ ଚାହୁଁ ନାହିଁ ଦଳ। ବିଜେଡିର ଦଳପତିଙ୍କ ଉପରେ ଦଳୀୟ ନେତା ବିଶ୍ୱାସ କରୁନାହାନ୍ତି। ଆଗକୁ ବିଜେଡିରେ ଅଧିକ କ୍ଷତି ହେବ। ଏହି ନିର୍ବାଚନ ଏକ ବାର୍ତ୍ତା ଦେଉଛି, ଆଗକୁ ରାଜ୍ୟରେ ଏକ ବଡ ରାଜନୈତିକ ପରିବର୍ତ୍ତନ ହେବ। ବିଜୁ ପ୍ରେମୀ ଏକାଠି ହୋଇପାରନ୍ତି ବୋଲି ଇଙ୍ଗିତ କରିଛନ୍ତି ବିଜୟ ମହାପାତ୍ର। ଆମେ ହାରିବା ପାଇଁ ଲଢୁନଥିଲୁ, ଜିତିବା ପାଇଁ ନିର୍ବାଚନ ଲଢୁଥିଲୁ। ଦୁଇ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା।ଅସନ୍ତୋଷ ଶେଷ ସୀମାରେ ପହଞ୍ଚିଛି, ନେତୃତ୍ବ ଉପରେ ଦଳୀୟ ନେତାଙ୍କର ବିଶ୍ଵାସ ନାହିଁ।

Also read: ଅପରାଧିକ ପୃଷ୍ଠଭୂମି ଥିବା ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି, ବିଜେଡି ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଲଢ଼ିବ

କ୍ରସ ଭୋଟିଂ ଦେଲା ବିଜୟ 

ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନ ସଂପନ୍ନ ହୋଇଛି। ନିର୍ବାଚନରେ ଆଶାଠୁ ଅଧିକ କ୍ରସ ଭୋଟିଂ ହୋଇଛି। କଂଗ୍ରେସର ତିନି ଜଣ ଏବଂ ବିଜେଡିର ୮ ଜଣ ବିଧାୟକ-ବିଧାୟିକା କ୍ରସ ଭୋଟିଂ କରିଛନ୍ତି। ଫଳରେ ବିଜେପି ସମର୍ଥନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢିଥିବା ଦିଲୀପ ରାୟ ନିର୍ବାଚନ ଜିତିଛନ୍ତି। ଏହା ସହିତ ବିଜେପି ଓଡ଼ିଶାରୁ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନରୁ ତିନୋଟି ହାତେଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟସଭା ସାଂସଦ ସୁଜିତ କୁମାର ନିର୍ଦ୍ଵନ୍ଦ୍ଵରେ ଜିତିଥିବା ବେଳେ ଚତୁର୍ଥ ଆସନରେ ଦିଲୀପ ରାୟ ଜିତିଛନ୍ତି।