LIVE TV

ପୁଣି ମିଛ ଦାବି କଲେ ଟ୍ରମ୍ପ: କହିଲେ, ଭାରତ କହିଛି ଋଷ ଠାରୁ ଆଉ ତେଲ କିଣିବ ନାହିଁ

NEWS7
bjp-mahila-morcha-2

ୱାଶିଂଟନ ଡିସି: ଭାରତ ବାରମ୍ବାର ଖଣ୍ଡନ କରିବା ସତ୍ତ୍ୱେ ବି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେଇ ଗୋଟିଏ ମିଛ ଦାବି ଦୋହରାଉଛନ୍ତି। ଭାରତ ଋଷ ଠାରୁ ତେଲ କିଣିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଫୋନ୍‌ରେ କହିଥିବା ଟ୍ରମ୍ପ କହୁଛନ୍ତି। ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍‌ରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନ୍‌ସ୍କିଙ୍କ ସହ ଆଲୋଚନା କରିବା ପରେ ଟ୍ରମ୍ପ ପୁଣିଥରେ ଏହି ଦାବି ରଖିଥିଲେ।  
ନୂଆଦିଲ୍ଲୀ ପୂର୍ବରୁ ହିଁ ମସ୍କୋ ଠାରୁ ଏହାର ଇନ୍ଧନ କ୍ରୟ ହ୍ରାସ କରିସାରିଛି ବୋଲି ସେ ମିଡିଆକୁ କହିଛନ୍ତି। ଏଥିସହିତ ୟୁରୋପୀୟ ଦେଶ ହେଙ୍ଗେରୀର ଋଷୀୟ ତେଲ କିଣିବାକୁ ସମର୍ଥନ କରିଛନ୍ତି ଟ୍ରମ୍ପ। ଏଥିରେ ତାଙ୍କର ଦୋମୁହାଁ ନୀତି ସ୍ପଷ୍ଟ ହେଉଛି।  
ତେବେ ଟ୍ରମ୍ପଙ୍କର ଏହି ଦାବିକୁ ଭାରତ ପୂର୍ବରୁ ଖଣ୍ଡନ କରି ସାରିଛି। ବୁଧବାର ଟ୍ରମ୍ପ କହିଥିଲେ ଯେ ଭାରତ ଋଷ ଠାରୁ ତେଲ କିଣିବା ନେଇ ମୁଁ ଚିନ୍ତା ବ୍ୟକ୍ତ କରିଥିଲି। ହେଲେ ପ୍ରଧନମନ୍ତ୍ରୀ ମୋଦୀ ଆଜି ମୋତେ ଫୋନ୍ କରି ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଆଉ ଋଷ ଠାରୁ ତେଲ କିଣିବେ ନାହିଁ। ଏହା ଏକ ବଡ଼ ନିଷ୍ପତ୍ତି, ଏହାପରେ ଚୀନକୁ ବି ମଧ୍ୟ ତେଲ କିଣିବାକୁ ରୋକାଯିବ ବୋଲି ଟ୍ରମ୍ପ ହ୍ୱାଇଟ୍‌ ହାଉସ୍‌ରେ ମିଡିଆକୁ କହିଥିଲେ।  
ଏହାପରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ବୁଧବାର କୌଣସି ଫୋନ୍ କଲ୍ ହୋଇ ନାହିଁ।  ଋଷ ତେଲ କିଣିବା ବନ୍ଦ କରିବା ନେଇ କୌଣସି ପ୍ରତିଶ୍ରୁତି ଦିଆଯାଇ ନାହିଁ। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାରତରେ ସ୍ୱାର୍ଥ ଉପରେ ନିର୍ଭର କରେ ବୋଲି ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈୟସ୍ୱାଲ କହିଥିଲେ। ତଥାପି ଟ୍ରମ୍ପ ବାରମ୍ବାର ଏଭଳି ମିଛ ଦାବି କରି କଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି, ତାହା ସେ ନିଜେ ଜାଣିଛନ୍ତି।
ତେବେ ଋଷୀୟ ଇନ୍ଧନ କିଣିବାରେ ଟ୍ରମ୍ପ ପୂର୍ବୁର ଯେଉଁ ଦାବି ରଖୁଥିଲେ ତାହା ଏବେ ବଦଳିବା ପରି ମନେ ହେଉଛି। ଟ୍ରମ୍ପ କହୁଥିଲେ ଯେ ଯଦି ନୋଟା ଦେଶମାନେ ଋଷ ଠାରୁ ତେଲ କିଣିବା ବନ୍ଦ କରବେ, ତେବେ ସେ ଟାରିଫ ଓ କୂଟନୈତିକ ଚାପ ସୃଷ୍ଟି କରି ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବ। ହେଲେ ଏବେ ତାଙ୍କ ସ୍ୱର ବଦଳିଛି। କାରଣ ସେ ଋଷ ଠାରୁ ତେଲ କିଣୁଥିବା ନାଟୋ ସଦସ୍ୟ ହଙ୍ଗେରୀକୁ ସେ ସମର୍ଥନ କରିଛନ୍ତି।
ହଙ୍ଗେରୀ ନିଜର ଇନ୍ଧନ ଆବଶ୍ୟକତା ପାଇଁ ମୁଖ୍ୟତଃ ଋଷୀୟ ଇନ୍ଧନ ଉପରେ ନିର୍ଭରଶୀଳ। ଏହାକୁ ସମର୍ଥନ କରି ଟ୍ରମ୍ପ କହିଛନ୍ତି  ହଙ୍ଗେରୀ ଏକ ପ୍ରକାର ଫସି ରହିଛି। କାରଣ ସେମାନଙ୍କର ଗୋଟିଏ ପାଇପଲାଇନ ଅଛି, ଯାହା ବର୍ଷ ବର୍ଷ ଧରି ସେଠାରେ ଅଛି। ଏହା ଏକ ଭୂମି ଆଚ୍ଛାଦିତ ଦେଶ। ସେମାନଙ୍କର ସମୁଦ୍ର ନାହିଁ। ତେଲ ପାଇବା ସେମାନଙ୍କ ପାଇଁ ବହୁତ କଷ୍ଟକର। ମୁଁ ଏହା ବୁଝିପାରୁଛି। ସେମାନେ ପୂର୍ବରୁ ତୈଳ ଆମଦାନୀ ହ୍ରାସ କରିଛନ୍ତି ଏବଂ ପ୍ରାୟତଃ ବନ୍ଦ କରିଦେଇଛନ୍ତି। ତଥାପି ସେମାନେ ପଛକୁ ହଟିବାକୁ ପଡ଼ୁଛି। ସେମାନେ ପ୍ରାୟ ୩୮ ପ୍ରତିଶତ ତେଲ କିଣିଛନ୍ତି, ଏବଂ ଋଷୀୟ ତୈଳ କିଣିବେ ନାହିଁ।