ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିଲେ ସିଏ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ : ପ୍ରଦୀପ ପୁରୋହିତ

Published By : Prameya-News7 Bureau | January 19, 2025 IST

ଭୁବନେଶ୍ବର ୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଷଡ଼ଯନ୍ତ୍ର ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ବିଜେପି ନେତା ପ୍ରଦୀପ ପୁରୋହିତ । ନବୀନ ପଟ୍ଟନାୟକଙ୍କ ପରେ ଯିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିଲେ ସିଏ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଆଜି ତାହା ପ୍ରମାଣିତ ହେବାକୁ ଯାଉଛି । ଦୁର୍ଭାଗ୍ୟର ବିଷୟ ସେ ସମୟରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ନୀରବ ରହିଲେ । କ୍ଷମତା ଲୋଭ ଓ ସମ୍ପତ୍ତି ଲୋଭରେ ତଦନ୍ତ ଠିକ୍ ହେଉଥିବା କହିଲେ । ଯଦି ପ୍ରକୃତରେ ତାଙ୍କ ପରିବାର ନବ ଦାସଙ୍କ ହତ୍ୟାକାରୀକୁ ଧରିବାକୁ ଚାହୁଁଛନ୍ତି ତେବେ ଓଡ଼ିଶା ସରକାରଙ୍କ ନିକଟରେ ନିଜ ଅଭିଯୋଗ ଲିଖିତ ଭାବେ ଦିଅନ୍ତୁ । ନବ ଦାସଙ୍କ ହତ୍ୟାକାଣ୍ଡର ଅଧିକ ତଦନ୍ତ ହେବାର ଆବଶ୍ୟକତା ରହିଛି ଏବଂ ପରଦା ପଛର ଖଳନାୟକ ମାନେ ସାମ୍ନାକୁ ଆସିବା ଦରକାର ଅଛି ବୋଲି ପ୍ରଦୀପ ପୁରୋହିତ କହିଛନ୍ତି ।


ବାପାଙ୍କ ହତ୍ୟା ନେଇ ଦୀପାଳିଙ୍କ ବଡ ବୟାନ, ବିଜେପି ସରକାରଙ୍କୁ ସିବିଆଇ ତଦନ୍ତ ପାଇଁ ଆହ୍ବାନ ଦେଉଛି

ସେପଟେ ପ୍ରଦୀପ ପୁରୋହିତଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ବରିଷ୍ଠ ନେତା ଭୂପିନ୍ଦର ସିଂହ । ସେ କହିଛନ୍ତି, ସରକାର ନିଜ ଆଡୁ କାହିଁକି ତଦନ୍ତ କରୁନାହାନ୍ତି ?  କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ଉଭୟଙ୍କୁ ଟାର୍ଗେଟ୍ କରି କହିଛନ୍ତି ହତ୍ୟା ପଛରେ ବଡ ଷଡଯନ୍ତ୍ର ହୋଇଛି ବୋଲି ଆମେ ଆଗରୁ କହୁଥିଲୁ । ସିବିଆଇ ତଦନ୍ତ ହେଲେ ହତ୍ୟା ପଛର ଷଡ଼ଯନ୍ତ୍ର ସାମ୍ନାକୁ ଆସିବ ବୋଲି କହିଛି କଂଗ୍ରେସ ।

ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ସରକାରଙ୍କୁ ଲିଖିତ ଭାବେ ଜଣାଇବେ ବୋଲି ତାଙ୍କ ଝିଅ ତଥା ପୂର୍ବତନ ବିଧାୟକ ଦୀପାଳି ଦାସ କହିଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାର ସିବିଆଇ ତଦନ୍ତ ଆଦେଶ ଦିଅନ୍ତୁ ଆମ ପରିବାର ସବୁ ପ୍ରକାର ସହଯୋଗ କରିବେ। ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ନେଇ ଦୀପାଳି, ଦାବି କରିବା ପରେ ପରେ ଆଇନ ମନ୍ତ୍ରୀ କହିଥିଲେ ଯେ ଦୀପାଳି ସରକାରଙ୍କୁ ଲିଖିତ ଭାବେ ଜଣାଇଲେ ସରକାର ଯାହା ନିଷ୍ପତ୍ତି ନେବେ । ଯାହା ପରେ  ଦୀପାଳି ଏବେ ଲିଖିତ ଭାବେ ଜଣାଇବା ଲାଗି କହିଛନ୍ତି । ଫଳରେ ସିବିଆଇ ତଦନ୍ତ ଦାବି ନୂଆ ମୋଡ ନେଇଛି ।

ସୂଚନାଯୋଗ୍ୟ ଯେ, ନବ ଦାସ ହତ୍ୟା ଘଟଣାର ରାଜ୍ୟ ସରକାର କ୍ରାଇବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଘଟଣାରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯଇଥିଲା । ତେବେ ଗୁଳିକାଣ୍ଡ ବେଳର ଗୁଳି ସଂଖ୍ୟାର ତାଳମେଳ ନଥିବା ସୂଚନା ମିଳିବ । ପରେ ଏବେ ତଦନ୍ତର ଦିଗକୁ ନେଇ ପ୍ରଶ୍ନ ଉଠିଛି । ଏତିକି ବେଳେ ସିବିଆଇ ତଦନ୍ତ ଦାବି ନେଇ ଜୋର ଧରିଛି ଦାବି । 


You Can Read:

ଅଷ୍ଟ୍ରେଲିଆରେ ହେବ ଜଗନ୍ନାଥଙ୍କ ରଥଯାତ୍ରା, ରଥରେ ଲାଗିବ ପିପିଲି ଚାନ୍ଦୁଆ !


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.